ବନ୍ଦ ଘରେ ଜୀଅନ୍ତା ଜଳିଗଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ବନ୍ଦ ଘରେ ଜୀଅନ୍ତା ଜଳିଗଲେ ମହିଳା

baripada

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚୁଆପାଣି ଗାଁରେ ଏକ ଘରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ସତ୍ୟଭାମା ଗିରି।

ଆଜି ସନ୍ଧ୍ୟାରେ ଗାଁର ଦୀନକୃଷ୍ଣ ଗିରିଙ୍କ ବନ୍ଦ ଘରୁ ହଠାତ ଚିତ୍କାର ଶୁଣିବାକୁ ମିଳିଥିଲା। ପାଖ ପଡ଼ୋଶୀ ଦୌଡ଼ି ଯାଇ କବାଟ ଭାଙ୍ଗି ଭିତରେ ପଶିଥିଲେ। ଘରେ ପଶିବା ପରେ ପଡ଼ୋଶୀ ଯେଉଁ ଦୃଶ୍ୟ ଦେଖିଥିଲେ ତାହା ସେମାନଙ୍କ ପାଦ ତଳୁ ମାଟି ଖସାଇ ଦେବା ପରି ଥିଲା। ଆଖି ଆଗରେ ସତ୍ୟଭାମା ହୁତୁ ହୁତୁ ହୋଇ ଜଳୁଥିଲେ। ତାଙ୍କ ଚିତ୍କାର ଥିଲା ହୃଦୟ ବିଦାରକ। କାଳ ବିଳମ୍ବ ନକରି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ସବୁ କିଛି ସରି ଯାଇଥିଲା ଓ ସତ୍ୟଭାମାଙ୍କ ମୃତ୍ୟୁ ଘଟି ସାରିଥିଲା।

ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ତେବେ ସତ୍ୟଭାମାଙ୍କ ଘରେ କେମିତି ନିଆଁ ଲାଗିଲା ଓ ସେ କେଉଁ ପରିସ୍ଥିତିରେ ପୋଡ଼ିଗଲେ ତାହା ଏଯାଏ ସ୍ପଷ୍ଟ ହୋଇନି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ କିମ୍ବା ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2Eb1L9h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages