
ଲକ୍ଷ୍ନୌ: ଭଗବାନ ହନୁମାନଙ୍କୁ ନେଇ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ଭିନ୍ନଭିନ୍ନ ବୟାନ ଦେବାରେ ଲାଗିଛନ୍ତି। ପ୍ରଥମେ ୟୁପି ମୁଖ୍ୟମନ୍ତ୍ରୀ ହନୁମାନ ଦଳିତ ବୋଲି କହିଥିବା ବେଳେ ଗତକାଲି ଦଳର ଜଣେ ବିଧାନ ପରିଷଦ ସଭ୍ୟ ହନୁମାନ ମୁସଲିମ୍ ସଂପ୍ରଦାୟର ବୋଲି କହିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଆଉ ଜଣେ ବିଜେପି ନେତା ତଥା ମନ୍ତ୍ରୀ ହନୁମାନ ଜାଠ ସଂପ୍ରଦାୟର ଥିଲେ ବୋଲି କହିଛନ୍ତି।
ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ କହିଛନ୍ତି, “ ମୁଁ ଭାବୁଛି ହନୁମାନଜୀ ଜାଠ ସଂପ୍ରଦାୟର ଥିଲେ। କାରଣ ଯେତେବେଳେ ଜାଠ ସଂପ୍ରଦାୟର ଯେ କୌଣସି ଲୋକ ଅନ୍ୟକୁ ସମସ୍ୟାରେ ପଡ଼ିଥିବା ଦେଖେ ତୁରନ୍ତ ସେଥିରେ କିଛି ନ ବୁଝି ହସ୍ତକ୍ଷେପ କରି ସହଯୋଗ କରେ। ହନୁମାନଜୀ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ। ଜାଠ ଲୋକଙ୍କ ଗୁଣ ଓ ସ୍ଵଭାଵ ସହ ହନୁମାନଜୀଙ୍କ କାର୍ଯ୍ୟର ସାମଞ୍ଜସ୍ୟ ରହିଛି। ଯେତେବେଳେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲା ସେତେବେଳେ ଭଗବାନ ରାମଙ୍କୁ ସହଯୋଗ କରିବାକୁ ହନୁମାନ ପହଞ୍ଚି ଯାଇଥିଲେ। ସନାତନ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ହନୁମାନଜୀଙ୍କୁ ହିଁ ପୂଜା କରନ୍ତି।”
ଗତକାଲି ବୁକ୍କାଲ ନୱାବ ହନୁମାନ ମୁସଲିମ୍ ଥିଲେ ବୋଲି କହିଥିଲେ। ତାଙ୍କର ଯୁକ୍ତି ଥିଲା ଯେ ହନୁମାନଙ୍କ ନାଁ ସହ ରହମାନ, କୁରବାନ, ରମଜାନ ଭଳି ମୁସଲିମ ଶବ୍ଦର ସାମଞ୍ଜସ୍ୟ ରହିଛି!
from Odisha Reporter http://bit.ly/2LyOv00
No comments:
Post a Comment