ମେଲବର୍ଣ୍ଣ ଟେଷ୍ଟ: ବର୍ଷା ସାଜିପାରେ ଟିମ ଇଣ୍ଡିଆର ବିଜୟରେ ବାଧକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ମେଲବର୍ଣ୍ଣ ଟେଷ୍ଟ: ବର୍ଷା ସାଜିପାରେ ଟିମ ଇଣ୍ଡିଆର ବିଜୟରେ ବାଧକ

ମେଲବର୍ଣ୍ଣ: ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଜିତିବା ପାଇଁ ଟିମ୍‌ ଇଣ୍ଡିଆ ଆଉ ଦୁଇଟି ୱିକେଟ୍‌ ଆବଶ୍ୟକ କରୁଛି। ଆଜି ଭାରତ ଦେଇଥିବା ୩୯୯ ରନ୍‌ର ଟାର୍ଗେଟର ପିଛା କରି କଙ୍ଗାରୁ ଟିମ୍‌ ୮ ୱିକେଟ୍‌ ହରାଇ ୨୫୮ ରନ୍‌ କରିଛି। ତେବେ ଭାରତ ୧୭୬ ରନ୍‌ ମଧ୍ୟରେ କଙ୍ଗାରୁ ଟିମ୍‌ର ସବୁ ଟପ ଅର୍ଡର ବ୍ୟାଟସ୍‌ମ୍ୟାନଙ୍କୁ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲା। ଅର୍ଥାତ କଙ୍ଗାରୁ ଟିମ୍‌ର ୭ ଜଣ ଆଉଟ୍‌ ହୋଇ ସାରିଥିଲେ। କିନ୍ତୁ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ଏକାକୀ ଲଢ଼େଇ କରି ଦଳୀୟ ସ୍କୋରକୁ ୨୫୮ରେ ପହଞ୍ଚାଇଛନ୍ତି।

୧୭୬ରୁ ୨୫୮ ମଧ୍ୟରେ ଭାରତ ମାତ୍ର ଗୋଟିଏ ୱିକେଟ୍‌ ନେବାରେ ସଫଳ ହୋଇଛି। ଆଜି ମ୍ୟାଚ୍‌ ଶେଷ କରିବାର ସୁଯୋଗ ବିରାଟ୍‌ ବାହିନୀ ପାଖରେ ଥିଲା। ହେଲେ ପ୍ୟାଟ୍‌ କମିନ୍ସ ସବୁ ଉଦ୍ୟମରେ ପାଣି ପକାଇ ଦେଇଛନ୍ତି। ଆସନ୍ତାକାଲି ମେଲବର୍ଣ୍ଣରେ ଭାରତ ପୁଣି ଦୁଇଟି ୱିକେଟ୍‌ ନେବାକୁ ପଡ଼ିଆକୁ ଓହ୍ଲାଇବ। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ୪ଟିକିଆ ସିରିଜ୍‌ରେ ୨-୧ରେ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ହେଲେ ଭାରତ ପାଇଁ ବିଜୟ ଆଶା ଆଶାରେ ରହିଯାଇପାରେ। କାରଣ, ଆସନ୍ତାକାଲି ମେଲବର୍ଣ୍ଣରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ବର୍ଷା ହୁଏ, ତା’ହେଲେ ଭାରତ ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କରିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ବର୍ଷା ହେବାର ୮୦% ସମ୍ଭାବନା ରହିଛି।

ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ମାଟିରେ ଦୀର୍ଘ ୭୧ ବର୍ଷ ପରେ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ଯାଇଥିବା ଟିମ୍‌ ଇଣ୍ଡିଆ ଉପରେ କଳା ବାଦଲ ଘୋଟି ଆସିଛି। ଯଦି ଆଜି ଭାରତ ଜିତି ଯାଇଥାଆନ୍ତା, ତା’ହେଲେ କୌଣସି ଚିନ୍ତା ନଥିଲା। ହେଲେ ଏବେ ଟିମ ଇଣ୍ଡିଆ ଓ ଭାରତୀୟ କ୍ରିକେଟ ପ୍ରେମୀ ବର୍ଷା ଯେମିତି ନ ହେବ ସେଥିପାଇଁ ପ୍ରାର୍ଥନା କରୁଛନ୍ତି।

ଏବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ଟିକିଆ ଟେଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ଅନ୍ତିମ ଟେଷ୍ଟ ଜାନୁଆରୀ ୩ରୁ ସିଡ୍‌ନୀରେ ଆରମ୍ଭ ହେବ।



from Odisha Reporter http://bit.ly/2TgpcCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages