ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଆଖି ବୁଜିଲେ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଆଖି ବୁଜିଲେ ଶ୍ରମିକ

bolangir-23

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ମୃତ ଶ୍ରମିକ ହେଲେ ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେରପଦର ଗାଁର ଜଗଦୀଶ ମିର୍ଦ୍ଧା।

ସୂଚନା ଅନୁସାରେ, ଜଗଦୀଶ ମିର୍ଦ୍ଧାଙ୍କୁ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହା ଏକ ଲକ୍ଷ ତିରିଶ ହଜାର ଟଙ୍କା ବଇନା (ଅଗ୍ରିମ ଦେୟ ଅର୍ଥ) ଦେଇଥିଲେ। ହେଲେ ଜଗଦୀଶ ଦାଦନ ଖଟିବାକୁ ଯିବାରେ ବିଳମ୍ୱ ହୋଇଥିଲା। ତେଣୁ ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ସର୍ଦ୍ଦାର ଭଗବାନ ଏବଂ ଶାନ୍ତି ବରିହା ଜୋରଜବରଦସ୍ତ ଉଠାଇ ନେଇଥିଲେ।

ରାତି ସାରା ଜଗଦୀଶଙ୍କୁ ମାଡ଼ ମାରିବା ପରେ ତା’ପର ଦିନ ସକାଳେ ଅଚେତ ଅବସ୍ଥାରେ ଘର ସାମ୍ନାରେ ପକାଇ ଦୁଇ ଜଣ ସର୍ଦ୍ଦାର ଫେରାର୍ ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ  ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଜଗଦୀଶଙ୍କ ପରିବାର ପକ୍ଷରୁ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।



from Odisha Reporter https://ift.tt/2S2U0Go

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages