ଆର୍.ବାଲକ୍ରିଷ୍ଣନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଆର୍.ବାଲକ୍ରିଷ୍ଣନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉନ୍ନୟନ କମିଶନର ଭାବେ ଗତମାସରେ ସରକାରୀ ଚାକିରିରୁ ଅବସର ନେଇଥିବା ଆଇଏଏସ ଆର ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ନିଜର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେ ରାଜ୍ୟ ସରକାରଙ୍କ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ବାଲକ୍ରିଷ୍ଣନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରିବେ। ସେ ଅବୈତିନିକ କାର୍ଯ୍ୟ କଲେ ମଧ୍ୟ ତାଙ୍କୁ ଅଫିସ୍, ସହାୟକ କର୍ମଚାରୀ, ଗାଡ଼ି ଓ ସରକାରୀ କ୍ୱାର୍ଟର୍ସ ଯୋଗାଇ ଦିଆଯିବ।

ସେ ମୁଖ୍ୟତଃ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଏତିହ୍ୟ କ୍ୟାବିନେଟ, ଟ୍ରାଇବାଲ ମ୍ୟୁଜିୟମ ଓ କ୍ରାଫ୍ଟ ମ୍ୟୁଜିୟମର କାର୍ଯ୍ୟଧାରାକୁ ତଦାରଖ କରିବେ। ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟାନ୍ୟ ସ୍ପେଶାଲ ଇନିସିଏଟିଭି କାର୍ଯ୍ୟ ମଧ୍ୟ ଆବଣ୍ଟିତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।



from Odisha Reporter http://bit.ly/2GII3ES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages