କେକ୍‌ର ଉଚ୍ଚତା ଜାଣିଲେ ହୋସ୍‌ ଉଡ଼ିଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

କେକ୍‌ର ଉଚ୍ଚତା ଜାଣିଲେ ହୋସ୍‌ ଉଡ଼ିଯିବ

priya

ମୁମ୍ବାଇ: କଥାରେ ଅଛି ବାହାଘର ହେବ ତ ଏମିତି। ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବାହାଘରରେ ସବୁକିଛି ଏକ୍‌ଦମ୍‌ ପରଫେକ୍ଟ୍‌। କିଛି ବାରିବାର ନାହିଁ। ‘ନିକ୍‌ୟଙ୍କା’ଙ୍କ ବାହାଘର ଖ୍ରୀଷ୍ଟିଆନ୍‌ ଓ ହିନ୍ଦୁ, ୨ଟି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା।

priya3ହିନ୍ଦୁ ରୀତିର ବିବାହରେ ପ୍ରିୟଙ୍କା ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ଖ୍ରୀଷ୍ଟିଆନ୍‌ ରୀତିରେ ଏକ ଧଳା ରଙ୍ଗର ଗାଉନ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବିବାହ ଉତ୍ସବର ପ୍ରତ୍ୟେକଟି ଆୟୋଜନ ବେଶ୍ ନିଖୁଣ ଓ ଆକର୍ଷଣୀୟ ମଧ୍ୟ ହୋଇଥିଲା। ଏହି ବିବାହ ବଲିଉଡ୍‌ର ସବୁଠୁ ବିଳାସପୂର୍ଣ୍ଣ ବାହାଘର ମଧ୍ୟରୁ ଗୋଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ପ୍ରିୟଙ୍କାଙ୍କ ବିବାହ ଉତ୍ସବ ସହ ଜଡ଼ିତ ପ୍ରତ୍ୟେକ ଇଭେଣ୍ଟ୍‌ ଚର୍ଚ୍ଚାରେ ଥିବାବେଳେ ଆମେ ଆଜି ତାଙ୍କ ବାହାଘର କେକ୍‌ ସମ୍ପର୍କରେ  କହିବୁ।

ପ୍ରିୟଙ୍କା ତାଙ୍କ ବାହାଘରକୁ ଯେଉଁ କେକ୍‌ କାଟିଥିଲେ, ତାହା କେତେ ଉଚ୍ଚ ଥିଲା ଜାଣିଲେ, ଆପଣଙ୍କ ମୁଣ୍ଡ ଘୁରାଇ ଦେଇପାରେ।

ପ୍ରିୟଙ୍କା ନିଜ ବାହାଘରରେ ଯେଉଁ କେକ୍‌ କାଟିଥିଲେ, ତା’ର ଉଚ୍ଚତା ଥିଲା ୧୮ ଫୁଟ୍‌ । ଏହା ନିକ୍‌ଙ୍କ ପର୍ସନାଲ୍‌ ସେଫ୍‌ ପ୍ରସ୍ତୁତ କରିଥିଲେ। ଏହି ସେଫ୍‌ଙ୍କୁ ନିକ୍‌ ଦୁବାଇରୁ ଡାକିଥିଲେ। ଉଭୟ ନିକ୍‌ ଓ ପ୍ରିୟଙ୍କା ଦୁହେଁ ଏହି କେକ୍‌କୁ କାଟୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି।

 

View this post on Instagram

 

Wedding cake 😂🎂✨👰 #priyankachopra #nickjonas

A post shared by Priyanka Chopra-Pedia 🌐 (@priyankapedia) on Dec 4, 2018 at 10:16am PST

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରଥମ ରିସେପ୍‌ସନ୍‌ ପାର୍ଟି ଦେଇଥିଲେ।  ଏହି ପାର୍ଟି ସହ ପ୍ରିୟଙ୍କାଙ୍କ ବାହାଘର ଫଟୋ ମଧ୍ୟ ଜାରି କରାଯାଇଛି।

ପ୍ରିୟଙ୍କାଙ୍କ ଏହି ଗ୍ରାଣ୍ଡ୍‌ ରିସେପ୍‌ସନ୍‌ ପାର୍ଟିର ଖାସ୍‌ ଅତିଥି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରିସେପ୍‌ସନ୍‌ ପାର୍ଟିରେ ପ୍ରିୟଙ୍କା ଅଫ୍‌ ହ୍ୱାଇଟ୍‌ କଲର୍‌ ଲେହେଙ୍ଗା ପିନ୍ଧିଥିଲେ,  ଯେଉଁଥିରେ ସିଲ୍‌ଭର୍‌ ରଙ୍ଗର ସୂକ୍ଷ୍ମ କାରିଗରୀ କରାଯାଇଥିଲା।



from Odisha Reporter https://ift.tt/2EhB97i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages