
ଖୋର୍ଦ୍ଧା (ବଳରାମ ଲେଙ୍କା): ଅବସରକାଳୀନ ବକେୟା ଅର୍ଥ ମଞ୍ଜୁର ପାଇଁ ଲାଞ୍ଚ ନେଉଥିଲା ବେଳେ ଧରାପଡ଼ିଛନ୍ତି ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତା କପୁର। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।
ଜଟଣୀ ପୌର ପରିଷଦରେ ସର୍ଭେୟର ଭାବେ କାମ କରୁଥିଲେ ଭିକ୍ଷାକାରୀ ସାହୁ। ଗତ ୩ ବର୍ଷ ତଳେ ସେ ଅବସର ନେଇଥିଲେ। ଏପର୍ଯ୍ୟନ୍ତ ତାଙ୍କୁ ଗ୍ରାଚୁଇଟି ବାବଦକୁ ୪ ଲକ୍ଷ ଟଙ୍କା ମିଳିନାହିଁ। ଏନେଇ ସେ ବାରମ୍ୱାର ଅଫିସ୍ ଦଉଡୁ ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିଲେ। ଯାହାକୁ ନେଇ ସେ ଚିନ୍ତିତ ଥିଲେ।
୧୦ ହଜାର ଟଙ୍କା ଦେଲେ ବକେୟା ଅର୍ଥ ମିଳିବ ବୋଲି ଲଳିତା ତାଙ୍କୁ କହିଥିଲେ। କିଛି ଉପାୟ ନପାଇ ଭିକ୍ଷାକାରୀ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ।
ପରେ ଭିକ୍ଷାକାରୀ ଭିଜିଲାନ୍ସରେ ଯୋଗାଯୋଗ କରି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସେ ଆଜି ୫୦୦୦ ଟଙ୍କା ଲଳିତାଙ୍କୁ ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏହାସହ ଅଧିକାରୀମାନେ ତାଙ୍କ ପାଖରୁ ରସାୟନ ବୋଳା ଟଙ୍କା ମଧ୍ୟ ଜବତ କରିଥିଲେ।
from Odisha Reporter http://bit.ly/2Rgzrtb
No comments:
Post a Comment