
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶରୀରର ମୋଟାପଣ ଅନେକଙ୍କୁ ଚିନ୍ତାଗ୍ରସ୍ତ କରିଥାଏ। ଏଥିପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ମୋଟା ବ୍ୟକ୍ତିଙ୍କୁ କୋଲେଷ୍ଟ୍ରଲ୍, ଡାଇବେଟିସ୍ ଓ ରକ୍ତଚାପ ଆଦି ରୋଗ ହେବାର ଆଶଙ୍କା ମଧ୍ୟ ଥାଏ। ତେଣୁ ଏଥିରୁ ମୁକ୍ତି ପାଇଁ ମୋଟାପଣ ହ୍ରାସ କରିବାକୁ ଅଧିକାଂଶ ବିଭିନ୍ନ ଉପଚାର ମଧ୍ୟ କରିଥା’ନ୍ତି।
ତେବେ କେବଳ ବ୍ୟାୟାମ ଓ ଖାଦ୍ୟ ପାନୀୟକୁ ନିୟନ୍ତ୍ରଣ କରି ନୁହେଁ, ବରଂ ଅନ୍ୟ ଉପାୟରେ ମଧ୍ୟ ଶରୀରର ମୋଟାପଣକୁ ଦୂର କରାଯାଇ ପାରିବ।
ଏଥିପାଇଁ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ପାଞ୍ଚଟି ଉପାୟ ଆପଣାଇବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ଏହି ପାଞ୍ଚଟି ଉପାୟ ବିଷୟରେ କହିବୁ, ଯାହାର ଉପଯୋଗ କରି ଆପଣ ମୋଟାପଣ ହ୍ରାସ କରି ପାରିବେ।
୧. ଅନେକ ସମୟରେ କୁଣ୍ଡଳୀରେ ଗ୍ରହର ଦଶା ଖରାପ ଥିଲେ, ଆପଣ ମୋଟା ହେବାକୁ ଲାଗିଥାନ୍ତି। ଏହି ସମୟରେ ଜ୍ୟୋତିଶ ଶାସ୍ତ୍ର ବିଶାରଦ ଆପଣଙ୍କୁ ଗ୍ରହର ଦଶା ସୁଧାରିବା ପାଇଁ ପରାମର୍ଶ ଦେଇଥା’ନ୍ତି। ତେବେ ଆପଣ ନିଜ ଗ୍ରହର ଦଶା ସୁଧାରିବା ପାଇଁ ଶନିବାର ଓ ରବିବାର ଉପବାସ କରନ୍ତୁ ଓ ଅଳ୍ପ ଫଳ ଖାଆନ୍ତୁ।
୨. ମୋଟାପଣ ହ୍ରାସ କରିବା ପାଇଁ ଗ୍ରହ ମୁଦି ଧାରଣ କରନ୍ତୁ। କୁହାଯାଏ, ଏହି ମୁଦି ଧାରଣ କରିବା ପରେ ମୋଟାପଣ ହ୍ରାସ ହୋଇଥାଏ।
୩. ଯଦି ଆପଣ ଅତ୍ୟଧିକ ମୋଟା ଅଛନ୍ତି, ତେବେ ଫିରୋଜା ପଥର ଧାରଣ କରନ୍ତୁ। ଏହାକୁ ଧାରଣ କରିବା ପରେ ଆପଣ ପତଳା ହେବେ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।
୪. ଆହୁରି ମଧ୍ୟ ମୋଟାପଣ କମ୍ କରିବା ପାଇଁ କଳା ରଙ୍ଗର ସୂତା ଅନାମିକା ଆଙ୍ଗୁଠିରେ ପିନ୍ଧନ୍ତୁ। ଏହି ସୂତା ଉପରେ ରାଙ୍ଗେର ମୁଦି ପିନ୍ଧନ୍ତୁ। ଏପରି ରବିବାର ଦିନ କଲେ ଅଧିକ ଶୁଭ ଫଳ ମିଳିଥାଏ।
୫. ଅନ୍ୟ ଏକ ଜ୍ୟୋତିଷ ଉପଚାର ଅନୁସାରେ, ଗ୍ରହର ଦଶା ସୁଧାରିବା ପାଇଁ ଲାଲ୍ ରଙ୍ଗର ଫଳ ଓ ପନିପରିବା ଖାଇବାକୁ କୁହାଯାଇଛି। ଏପରି କରିବା ଦ୍ୱାରା ଆପଣଙ୍କ ଗ୍ରହର ଦଶା ସୁଧୁରିଥାଏ।
from Odisha Reporter http://bit.ly/2Td07IK
No comments:
Post a Comment