ଦୀପିକାଙ୍କ ପାଇଁ ଆଉ ଏକ ଖୁସି ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଦୀପିକାଙ୍କ ପାଇଁ ଆଉ ଏକ ଖୁସି ଖବର

deepika1

ମୁମ୍ବାଇ: ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍‌ ବାହାଘର ପରଠାରୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। ବାହାଘର ପରେ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କ ରିସେପ୍‌ସନ୍‌ ପାର୍ଟିରେ ଦେଖିବାକୁ ମିଳୁଛି। ପାର୍ଟି ଓ କିଛି ଇଭେଣ୍ଟ୍‌ ପରେ ଦୀପିକା ଖୁବ୍‌ଶୀଘ୍ର ନିଜ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିବେ। ଏହା ପୂର୍ବରୁ ତାଙ୍କ ପାଇଁ ଆଉ ଏକ ଖୁସି ଖବର ମିଳିଛି। ସେ ଖୁସି ତାଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ଫ୍ୟାନ୍‌ମାନେ ହିଁ ଦେଇଛନ୍ତି।

କଥା ହେଉଛି, ଦୀପିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୩ କୋଟିରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି। ଏଥିପାଇଁ ଦୀପିକା ନିଜ ଫଲୋୟର୍ସଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେମାନଙ୍କ ପାଇଁ ଏକ ନିଆରା ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ପୋଷ୍ଟ ହୋଇଥିବା ଭିଡିଓରେ ଦୀପିକା ମୁନ୍‌ ୱାକ୍‌ ଡାନ୍ସ କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ ଲେଖିଛନ୍ତି, ‘‘୩ କୋଟି ହେବାରୁ ଏହି ମୁନ୍‌ ୱାକ୍‌ ଡ୍ୟାନ୍ସ, ସେଥିପାଇଁ ମୁଁ କୃତଜ୍ଞ।’

ଚଳିତବର୍ଷ ଆରମ୍ଭରେ ତାଙ୍କ ଅଭିନୀତ ଫିଲ୍ମ ‘ପଦ୍ମାୱତ୍‌’ ୩୦୦ କୋଟି ଟଙ୍କା ଆୟ କରିଥିଲା। ବର୍ଷ ଶେଷକୁ ୧୪ ଓ ୧୫ ନଭେମ୍ବରକୁ ନିଜ ବୟଫ୍ରେଣ୍ଡ୍‌ ରଣବୀର ସିଂହଙ୍କୁ ବିବାହ କରିଥିଲେ।

ଦୀପିକା ଆଗକୁ ନିର୍ଦ୍ଦେଶକ ମେଘନା ଗୁଲ୍‌ଜାର୍‌ଙ୍କ ଫିଲ୍ମ ‘ଥପାକ୍‌’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ପିଲ୍ମରେ ସେ ଏସିଡ୍‌ ଅଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଭିକ୍ରାନ୍ତ ମେସୀ ଅଭିନୟ କରିବେ। ଫିଲ୍ମର ଶୁଟିଂ ଆସନ୍ତାବର୍ଷ ଦିଲ୍ଲୀରେ ଆରମ୍ଭ ହେବ।



from Odisha Reporter http://bit.ly/2RjNo9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages