ଟ୍ୟାକ୍ସ ନ ଦେଇ ଫସିଗଲେ ତେଲୁଗୁ ସୁପରଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଟ୍ୟାକ୍ସ ନ ଦେଇ ଫସିଗଲେ ତେଲୁଗୁ ସୁପରଷ୍ଟାର୍‌

mahesh babu

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ଜିଏସ୍‌ଟି କମିସନରେଟ୍‌ ତେଲୁଗୁ ସୁପର୍‌ଷ୍ଟାର୍‌ ମହେଶ ବାବୁଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଫ୍ରିଜ୍‌ କରିଦେଇଛନ୍ତି। ଏହାର ଅର୍ଥ ସେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଟଙ୍କା ନେଣଦେଣ କରିପାରିବେ ନାହିଁ।

ଜିଏସ୍‌ଟି କମିସନରେଟ୍‌ଙ୍କ କହିବା ଅନୁସାରେ, ମହେଶ ୨୦୦୭-୦୮ ବର୍ଷରେ ଟ୍ୟାକ୍ସ ଭରି ନଥିଲେ। ସେ ବିଭିନ୍ନ କମ୍ପାନୀର ବ୍ରାଣ୍ଡ୍‌ ଆମ୍ୱାସଡର୍‌, ଦ୍ରବ୍ୟ ଓ ସେବାର ବିଜ୍ଞାପନ ଓ ପ୍ରମୋସନ କରୁଥିଲେ ମଧ୍ୟ ଟ୍ୟାକ୍ସ ପୈଠ କରି ନଥିଲେ। ଏହି ଆର୍ଥିକ ବର୍ଷରେ ସେ ୧୮.୫ ଲକ୍ଷ ଟଙ୍କା ଟ୍ୟାକ୍ସ ପୈଠ କରିନାହାନ୍ତି ବୋଲି ଜିଏସ୍‌ଟି କମିସନରେଟ୍‌ ସୂଚନା ଦେଇଛନ୍ତି। ଏଥିପାଇଁ ICICI ଓ Axisବ୍ୟାଙ୍କ୍‌ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଟାଚ୍ କରାଯାଇଛି। ବର୍ତ୍ତମାନ ମହେଶଙ୍କୁ ସୁଧ, ମୂଳ ଓ ଜରିମାନାକୁ ମିଶାଇ ମୋଟ ୭୩.୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ତାଙ୍କ ବ୍ୟାଙ୍କ ଖାତାକୁ Axis ବ୍ୟାଙ୍କ ସହ ଆଟାଚ୍‌ କରାଯିବା ପରେ ପ୍ରଥମ ପର୍ଯ୍ୟାୟରେ ଜିଏସ୍‌ଟି କମିସନରେଟ୍‌ ୪୨ ଲକ୍ଷ ଟଙ୍କା ଜବତ କରିଛି। ବଳକା ରାଶି ICICI ବ୍ୟାଙ୍କ୍‌ରୁ ଆସନ୍ତାକାଲି ଜବତ କରାଯିବ ବୋଲି ଜଣାପଡ଼ିଛି। ସମସ୍ତ ଟଙ୍କା ପୈଠ ନ ହେବା  ପର୍ଯ୍ୟନ୍ତ ଏହି ସୁପରଷ୍ଟାର ତାଙ୍କ ଆକାଉଣ୍ଟରୁ ସ୍ୱାଭାବିକ ଭାବରେ କୌଣସି ନେଣଦେଣ କରିପାରିବେ ନାହିଁ।



from Odisha Reporter http://bit.ly/2AmQK1X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages