
ନୂଆପଡ଼ା (ଓଡ଼ିଶା ରିପୋର୍ଟର):ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଦିଆଯାଉଛି ବଡ଼ ବଡ଼ ବିଜ୍ଞାପନ। ହେଲେ ବାସ୍ତବ ଚିତ୍ର ଅଲଗା। ଏମିତିକି ବିଜ୍ଞାପନରେ ପୋଷ୍ଟର ବୟ ସାଜିଥିବା ନୂଆପଡ଼ା ଜିଲ୍ଲା ଭେଲା ଗାଁର ହୃଦରୋଗୀ ଲକ୍ଷ୍ଣଣ କୁମାରଙ୍କୁ ଟଙ୍କାଟିଏ ବି ମିଳି ନ ଥିବା ସେ ଅଭିଯୋଗ ଆଣିଛନ୍ତି ।
ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ସରକାର ସବୁ ସୁବିଧା ଯୋଗାଇଥିବା ନେଇ ବିଜ୍ଞାପନରେ ତାଙ୍କ ଫଟୋ ଛାପିଥିଲେ। ହେଲେ ଲକ୍ଷ୍ଣଣ ଏ ବିଜ୍ଞାପନ ଦେଖି ଖୁବ ମର୍ମାହତ ବୋଲି କହିଛନ୍ତି । ଏପରିକି ୨ ମାସ ହେଲାଣି କଟକ ବଡ଼ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ବୋଲି ଦୁଃଖର ସହ କହିଛନ୍ତି ଲକ୍ଷ୍ଣଣ। ଏପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାରକୁ ପ୍ରଚାର ସର୍ବସ୍ୱ କହିଥିବା ବେଳେ ନବୀନଙ୍କୁ ମିଥ୍ୟାର ସୌଦାଗର ବୋଲି କହିଛନ୍ତି ।
from Odisha Reporter https://ift.tt/2PidIvW
No comments:
Post a Comment