ଭୂପେଶ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ସୋମବାର ନେବେ ଶପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଭୂପେଶ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ସୋମବାର ନେବେ ଶପଥ

ରାୟପୁର: ତିନି ତିନି ଜଣ ଦାବିଦାରଙ୍କୁ ପଛରେ ପକାଇ ଛତିଶଗଡ଼ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲ୍‌ଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ। ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ହିଁ ବିଜେପି ନିଜ ଗଡ଼ରେ ଶୋଚନୀୟ ପରାଜୟ ବରଣ କରିଥିବାରୁ ସେ ଏଭଳି ପୁରସ୍କାର ପାଇଥିବା ଚର୍ଚ୍ଚା ହେଉଛି। ସେ ତାଙ୍କର ଅନ୍ୟ ଦୁଇ କଂଗ୍ରେସ ସାଥୀ ତଥା ଯଥାକ୍ରମେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ କମଲ ନାଥଙ୍କ ସହିତ ଆସନ୍ତାକାଲି ଗୋଟିଏ ଦିନରେ ଶପଥ ନେବେ।

ଏହି ସମସ୍ତ ଉତ୍ସବ ଗୋଟିଏ ପରେ ଗୋଟିଏ ହେବାକୁ ଥିବାବେଳେ ଅଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀମାନେ ଏକାଠି ହେବାର ଅବସର ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ଏ ସମସ୍ତ ଉତ୍ସବରେ ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ରାଜସ୍ଥାନ ଏବଂ ମଧ୍ୟପ୍ରଦେଶଠାରୁ ଛତିଶଗଡ଼ ସ୍ଥିତି ଭିନ୍ନ ଥିଲା। ୫ ବର୍ଷ ପୂର୍ବେ ଏକ ନକ୍ସଲ ଆକ୍ରମଣରେ ପ୍ରାୟ ସମସ୍ତ ଛାମୁଆ କଂଗ୍ରେସ ନେତାଙ୍କ ମୃତ୍ୟୁ ପରେ ବିଜେପି ନିରଙ୍କୁଶ ଭାବେ ଚତୁର୍ଥ ଥର କ୍ଷମତାକୁ ଆସିବ ବୋଲି ଭାବିଥିଲେ ମଧ୍ୟ ଫଳାଫଳ ଓଲଟା ହୋଇଥିଲା। ୩ଥର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଲୋକପ୍ରିୟତା କାମ ଦେବ ବୋଲି ଦଳ ଆଶା କରିଥିଲେ ହେଁ ସେଭଳି କିଛି ଘଟିନଥିଲା।

ତେବେ କଂଗ୍ରେସର ବିଜୟପରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଛକାପଞ୍ଝା ଲାଗିରହିଥିଲା। ଏହି ପଦବୀପାଇଁ ଦୁଇ ପ୍ରମୁଖ ଦାବିଦାର ବରିଷ୍ଠ କଂଗ୍ରେସ ନେତା ଟିଏସ୍‌ ସିଂହଦେଓ ଏବଂ ବାଘେଲ୍‌ ଗତକାଲି ରାହୁଲଙ୍କୁ ଭେଟିଥିଲେ। ତାଙ୍କ ସହିତ ଥିଲେ ଛତିଶଗଡ଼ରୁ ଦଳର ଏକମାତ୍ର ସାଂସଦ ତାମ୍ରଧ୍ୱଜ୍‌ ସାହୁ ଏବଂ ଚରଣ ଦାସ ମହନ୍ତ। ଏପରିକି ଆଲୋଚନାରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି।

୨୦୧୩ ନକ୍ସଲ ଆକ୍ରମଣ ପରେ ପ୍ରଦେଶ କଂଗ୍ରେସରେ ନେତୃତ୍ୱ ଅଭାବ ଦେଖାଯାଇଥିବା ସ୍ଥିତିରେ ସଭାପତି ଦାୟିତ୍ୱ ନେଇଥିବା ବାଘେଲ୍‌ ଦଳକୁ ପୁଣିଥରେ ଛିଡ଼ା କରାଇବାରେ ସଫଳ ହୋଇଥିଲେ। ସେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଏବଂ ତାଙ୍କ ପୁଅ ଅମିତ ଯୋଗୀଙ୍କୁ ଦଳରୁ ବାହାର କରିବାରେ ପ୍ରମୁଖ ଭୂମିକା ନେଇଥିବା ଚର୍ଚ୍ଚା ହୁଏ। କିଛି ମାସ ଆଗରୁ ଏକ ସେକ୍ସ ସିଡିକୁ ନେଇ ବାଘେଲ ବିବାଦ ଘେରକୁ ଚାଲିଯାଥିଲେ।

ସେ ଆସନ୍ତାକାଲି ୪.୩୦ବେଳକୁ ବାଘେଲଙ୍କ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ଅଛି। ତାଙ୍କ ପୂର୍ବରୁ ରାଜସ୍ଥାନରେ ଅଶୋକ ଗେହଲଟ୍‌ ଏବଂ ମଧ୍ୟପ୍ରଦେଶରେ କମଲ ନାଥ ଶପଥ ପାଠ କରିବେ।

ଆସନ୍ତାକାଲି ଏହି ସମସ୍ତ ଉତ୍ସବ ଗୋଟିଏ ପରେ ଗୋଟିଏ ହେବାକୁ ଥିବାବେଳେ ଅଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀମାନେ ଏକାଠି ହେବାର ଅବସର ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି। ଏ ସମସ୍ତ ଉତ୍ସବରେ ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2CgerdO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages