ହାର ମାନିଲା ଦୁର୍ବଳତା: ଓଏଏସ୍‌ ପାଇଲେ ଦିବ୍ୟାଙ୍ଗ ଲେଖାରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ହାର ମାନିଲା ଦୁର୍ବଳତା: ଓଏଏସ୍‌ ପାଇଲେ ଦିବ୍ୟାଙ୍ଗ ଲେଖାରାମ

lekharam

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): କଥାରେ ଅଛି ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଥାଏ। ଯଦି ଆପଣଙ୍କ ମନୋବଳ ଦୃଢ଼ ଥିବ, ଯେତେ ବି ଦୁର୍ବଳତା ଥିଲେ ବି ଆପଣ କେବେ ହାର ମାନିବେ ନାହିଁ। ଏହି ଉକ୍ତିକୁ ଯଥାର୍ଥ କରି ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗ ଲେଖାରାମ ଭୋଇ। ଦୃଷ୍ଟିହୀନ ଲେଖାରାମ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ବଙ୍ଗୋମୁଣ୍ଡା ବ୍ଲକ ଜଲପ୍ ଗାଁର ଦିବ୍ୟାଙ୍ଗ ଲେଖାରାମ ଓଏଏସ୍‌ରେ ୧୦୫ ରାଙ୍କ ପାଇଛନ୍ତି।

ଲେଖାରାମ ୮ ବର୍ଷର ହୋଇଥିବା ବେଳେ ତାଙ୍କର ଦୃଷ୍ଟିଶକ୍ତି ଚାଲି ଯାଇଥିଲା। ପିଲା ବେଳରୁ ଭଲ ପାଠ ପଢୁଥିବା ଲେଖାରାମ ଏଥିରେ ହାର୍ ମାନି ନଥିଲେ। ଭୁବନେଶ୍ୱର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ସେ ପାଠ ପଢ଼ିବା ଆରମ୍ଭ କରିଥିଲେ।

ଏହି ସମୟରେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ନାନା ଅସୁବିଧା ସତ୍ତ୍ୱେ ଆଜି ସେ ସଫଳତାର ସହ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ଲେଖାରାମଙ୍କ ଏହି ସଫଳତାର ଖବର ଜଣାପଡ଼ିବା ପରେ ତାଙ୍କ ଗାଁ ଜଲପ୍‌ରେ ଖୁସିର ମାହୋଲ ଦେଖା ଦେଇଛି।

ଲେଖାରାମ କହିଛନ୍ତି, “ସଂଘର୍ଷମୟ ଜୀବନ ଥିଲା। ବଲାଙ୍ଗିରରୁ ଏକ ଗରିବ ପରିବାରୁ ଯାଇ ଭୁବନେଶ୍ୱରରେ ପାଠ ବଢ଼ିବା ବହୁତ କଷ୍ଟକର ଥିଲା। ପରିବାର ଲୋକଙ୍କ ସହଯୋଗ ଓ ନିଜ ଇଚ୍ଛାଶକ୍ତି ବଳରେ ଆଜି ମୁଁ ଏହି ସଫଳତା ପାଇପାରିଛି।”

ସେ ଆହୁରି କହିଛନ୍ତି, “ଛୋଟ ଛୋଟ ସଂଗଠନ ସହ ମିଶି କାମ କରିଛି। ଏହି ସମୟରେ ଲୋକଙ୍କ ମଧ୍ୟରେ ଥିବା ଗ୍ୟାପ୍‌ (ଦୂରତା) ମୁଁ ଜାଣିଛି। ଏହି ଦୂରତାକୁ କମାଇବା କ୍ଷେତ୍ରରେ କାମ କରିବି। ଏହାଦ୍ୱାରା ଲୋକଙ୍କର ସଠିକ୍‌ ବିକାଶ ହୋଇପାରିବ।”



from Odisha Reporter https://ift.tt/2EBj6Iz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages