
ମେଲବର୍ଣ୍ଣ: ବଲ୍ ଟ୍ୟାମ୍ପରିଙ୍ଗ ଭଳି ଲଜ୍ଜାଜନକ ଘଟଣା ଘଟାଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ କ୍ରିକେଟ୍କୁ ଫେରିବାକୁ ଏକ ଅଜନ ଶୈଳୀ ଆପଣାଇଛନ୍ତି। ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କ ଉପରେ ଲାଗୁ କରିଥିବା ବର୍ଷିକିଆ ବ୍ୟାନ୍କୁ କୋହଳ କରିବାକୁ ସେ କ୍ରିକେଟର ଆସୋସିଏସନ୍ର ସହାୟତା ଲୋଡ଼ିଥିଲେ। ହେଲେ ଏହା କୌଣସି ଫାଇଦା ନ ଦେବାରୁ ଏବେ ଏକ ଜବରଦସ୍ତ କମ୍ବ୍ୟାକ୍ କରିବାର ଉଦ୍ଦେଶ୍ୟ ରଖି ସ୍ମିଥ ଏକ ଟେଲିଫୋନ୍ କମ୍ପାନୀର ବିଜ୍ଞାପନରେ ଭାଗ ନେଇଛନ୍ତି।
‘ଭୋଡାଫୋନ୍ ଅଷ୍ଟ୍ରେଲିଆ’ ପକ୍ଷରୁ ସ୍ମିଥଙ୍କୁ ନେଇ ଏକ ଭିଡିଓ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଯୁବ ଅଷ୍ଟ୍ରେଲୀୟ ମାନଙ୍କ ମାନସିକତା କିପରି ଦୃଢ଼ ରହିବ, ସେସମ୍ପର୍କରେ ସ୍ମିଥ ସମସ୍ତଙ୍କୁ ସଚେତନ କରିବାକୁ ଉଦ୍ୟମ କରିଛନ୍ତି।
ଏଥିରେ ସେ ନିଜର ବ୍ୟକ୍ତିଗତ ସମସ୍ୟାକୁ ମଧ୍ୟ ସ୍ଥାନ ଦେଇଛନ୍ତି। ଏହି ଗୋଟିଏ ମିନିଟର ଭିଡିଓରେ ସ୍ମିଥ, ଡେଭିଡ୍ ୱାର୍ଣ୍ଣର ଓ କ୍ୟାମେରନ୍ ବ୍ୟାନ୍କ୍ରଫ୍ଟ ବଲ୍ ବିକୃତ କରିବା ପରେ କେଉଁଭଳି ବ୍ୟାନ୍ ହୋଇଥିଲେ, ସେ ଖବରର ଝଲକ ରହିଛି। ଏଥିରେ ସ୍ମିଥ ନିଜ ଭୁଲକୁ ସ୍ୱୀକାର କରିବା ସହ ସ୍ୱଚ୍ଛତା ସହ କମ୍ବ୍ୟାକ୍ କରିବେ ବୋଲି କହୁଛନ୍ତି।
ସ୍ମିଥ ଯୁବ ଖେଳାଳିଙ୍କ ସହ କଥା ହେବା ସହ ସାଉଥରଲ୍ୟାଣ୍ଡ କ୍ରିକେଟ୍ କ୍ଲବ ପକ୍ଷରୁ ଖେଳୁଥିବାର ଦୃଶ୍ୟ ରହିଛି। ତେବେ ଏହି ବିଜ୍ଞାପନ ବାବଦକୁ ସ୍ମିଥ ପାଇଥିବା ଅର୍ଥକୁ ସେ ଏକ ବଦାନ୍ୟ ସଂସ୍ଥାକୁ ଦାନ କରିଦେଇଛନ୍ତି। ତଥାପି ସ୍ମିଥଙ୍କ ଏଭଳି ବିଜ୍ଞାପନ ଜରିଆରେ କମ୍ବ୍ୟାକ୍ କରିବା ଉଦ୍ୟମକୁ କ୍ରିକେଟ୍ ପ୍ରେମୀ ନାପସନ୍ଦ କରିଛନ୍ତି।
ଦେଖନ୍ତୁ ଭିଡିଓ
We all make mistakes, Steve Smith being no exception. Find out how he took ownership and moved forward: https://t.co/tDShP4fv7e @stevesmith49 pic.twitter.com/pwP7AOlVS1
— Vodafone Australia (@VodafoneAU) December 18, 2018
from Odisha Reporter https://ift.tt/2EFQ3EG
No comments:
Post a Comment