ରାଜ୍ୟପାଳ ଆସୁଛନ୍ତି ବୋଲି ଆଇସିୟୁରୁ ରୋଗୀଙ୍କୁ ବିଦା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ରାଜ୍ୟପାଳ ଆସୁଛନ୍ତି ବୋଲି ଆଇସିୟୁରୁ ରୋଗୀଙ୍କୁ ବିଦା କଲେ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶନିବାର ବଲାଙ୍ଗିର ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ସମୟରେ ସେ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟପାଳଙ୍କ ଗସ୍ତର ଆଳ ଦେଖାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗ ଓ ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ହସ୍ପିଟାଲ ପ୍ରଶାସନ ବିଦା କରି ଦେଇଛି। ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ହେଲେ ରାଜ୍ୟପାଳଙ୍କ ଗସ୍ତସୂଚୀରେ ହସ୍ପିଟାଲ ଯିବାର କାର୍ଯ୍ୟକ୍ରମ ନଥିବା ବେଳେ ରୋଗୀଙ୍କୁ ବାହାର କରିଦେବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ନର୍ସମାନେ ସର୍ଜରୀ ଓ ଆଇସିୟୁର ପ୍ରତି ବେଡ ପାଖକୁ ଯାଇ ଖାଲି କରିବାକୁ ତାଗିଦ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ଆଇସିୟୁର ୬ଟି ବେଡରେ ଥିବା ରୋଗୀଙ୍କୁ ବିଦା କରିଦିଆଯାଇଛି। କିଛି ରୋଗୀ ବିପଦ ଆଶଙ୍କା କରି ହସ୍ପିଟାଲ ଛାଡ଼ି ପଳାଇଥିବା ବେଳେ ଆଉ କିଛି ରୋଗୀଙ୍କୁ ସାଧାରଣ ବେଡରେ ରଖା ଯାଇଛି।

ରାଜ୍ୟପାଳଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମରେ କୌଣସି ଜାଗାରେ ହସ୍ପିଟାଲକୁ ଯିବାର ସୂଚନା ନାହିଁ। ହେଲେ କୌଣସି ଆନୁସଙ୍ଗିକ ସୁବିଧା ନଥାଇ କାହିଁକି ଗୁରୁତର ରୋଗୀଙ୍କୁ ହଇରାଣ କରାଗଲା ସେନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଏନେଇ ହସ୍ପିଟାଲ ଅଧ୍ୟକ୍ଷକ ନାରାୟଣ ଆଚାର୍ଯ୍ୟଙ୍କୁ ପଚରାଯିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।



from Odisha Reporter http://bit.ly/2ERfpjd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages