୧୮୬ଟି ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଖୋଳତାଡ଼ କରିବ ୨ ଜଣିଆ ଏସ୍‌ଆଇଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

୧୮୬ଟି ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଖୋଳତାଡ଼ କରିବ ୨ ଜଣିଆ ଏସ୍‌ଆଇଟି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗାର ତଦନ୍ତ କରିବାକୁ ଅଡ଼ି ବସିଥିବା କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଶିଖ୍‌ ବିରୋଧୀ ଦଙ୍ଗାକୁ ନେଇ ସମୁଦାୟ ୧୮୬ଟି ମାମଲା ରୁଜୁ ହୋଇଛି। ଏହାର ଖୋଳତାଡ଼ ୨ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) କରିବ ବୋଲି କେନ୍ଦ୍ର ସରକାର କରିଥିବା ସୁପାରିସକୁ ଆଜି ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି। ଏହି ଟିମ୍‌ରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏସ୍‌ଏନ୍‌ ଧିନଗ୍ର ଓ ଆଇପିଏସ୍‌ ଅଫିସର ଅଭିଷେକ ଧୁଲାର ରହିବେ।

ଜାନୁଆରୀ ୧୧ରେ ସର୍ବୋଚ୍ଚ ଅଦାଲତ ୩ ଜଣିଆ ଏସ୍‌ଆଇଟି ଏହାର ତଦନ୍ତ କରିବେ ବୋଲି କହିଥିଲେ। କିନ୍ତୁ ଟିମ୍‌ରେ ଥିବା ପୂର୍ବତନ ଆଇପିଏସ୍‌ ଅଫିସର ରାଜଦୀପ ସିଂହ ବ୍ୟକ୍ତିଗତ କାରଣରୁ ତଦନ୍ତରୁ ଓହରି ଯାଇଥିଲେ। ତେଣୁ ଆଜି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ଖଣ୍ଡପୀଠ ନିଜ ରାୟକୁ ବଦଳାଇ ୩ ଜଣିଆ ଟିମ୍‌ରୁ ଏହାକୁ ୨ ଜଣିଆ ଟିମ୍‌ରେ ପରିବର୍ତ୍ତନ କରିଛନ୍ତି। ୩ ଜଣିଆ ଏସ୍‌ଆଇଟି ଗଠନ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

୧୯୮୪ ମସିହା ଅକ୍ଟୋବର ୩୧ରେ ସଂଗଠିତ ଶିଖ୍‌ ବିରୋଧୀ ଦଙ୍ଗାରେ ୩ ହଜାରର ଲୋକ ପ୍ରାଣ ହରାଇଥିଲେ।



from Odisha Reporter https://ift.tt/2PjuBpR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages