ଦେଖା ମିଳିଲାନି, ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରେ ଜମା କଲେ ଅର୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଦେଖା ମିଳିଲାନି, ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡରେ ଜମା କଲେ ଅର୍ଥ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୁପର ସ୍ପେଶାଲିଟି ହସ୍ପିଟାଲ୍‌ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁକୁ ନେଇ ବିବାଦ ତେଜିବାରେ ଲାଗିଛି। ରାଉରକେଲାବାସୀଙ୍କ ଏହି ବହୁ ପ୍ରତୀକ୍ଷିତ ଦାବି ପୂରଣ ହୋଇ ନ ଥିରୁ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ତେବେ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରୁନଥିବାରୁ କଂଗ୍ରେସ ଦେଶବାସୀଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲା। ମାତ୍ର ସେହି ଅର୍ଥକୁ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମୟ ନାହିଁ। ସେଥିପାଇଁ ସେହି ଅର୍ଥକୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପଣ୍ଡରେ ଜମା କରିଦେଇଛି କଂଗ୍ରେସ।

ଏନେଇ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ ଓ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ୪ ବର୍ଷ ବିତିଗଲା ପରେ ମଧ୍ୟ ହେଲା ନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମନେ ପକାଇଦେବା ପାଇଁ ଜଣେ ଯୁବକ ରାଉରକେଲାରୁ ଚାଲି ଚାଲି ଦିଲ୍ଲୀ ଯାଇଥିଲେ। ମାତ୍ର ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ଦେଖାକରିବାକୁ ଦେଲେନାହିଁ।”

ସେ କହିଛନ୍ତି-“ଏହି ଖବର ପ୍ରଚାରିତ ହେବା ପରେ କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧି କିଛି ସାହାଯ୍ୟ ଦେବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଅନୁରୋଧକୁ ରକ୍ଷା କରି ବହୁ ବ୍ୟକ୍ତି ମୁକ୍ତହସ୍ତରେ ଦାନ କରିଥିଲେ। ସେହି ଅର୍ଥ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ବହୁ ବାର ଚେଷ୍ଟା କରାଯାଇଥିଲା। ମାତ୍ର ପ୍ରଧାନମନ୍ତ୍ରୀ ସମୟ ଦେଇପାରୁ ନାହାନ୍ତି। ସେହି ଅର୍ଥକୁ ଆମେ ଆଜି ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ କରିଦେଇଛୁ। ଦେଶର ବିଭିନ୍ନ ପ୍ରାନ୍ତରୁ ମିଳିଥିବା ମୋଟ୍‌ ୨୦ ଲକ୍ଷ ୨୦ ହଜାର ୫୦୪ ଟଙ୍କା ଆଜି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦେଇଛୁ।”



from Odisha Reporter https://ift.tt/2zCHHtm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages