
ମୁମ୍ବାଇ: ‘ଅନ୍ଧାଧୁନ୍’ ଓ ‘ବଧାଇ ହୋ’ ବକ୍ସ ଅଫିସ୍ରେ ସୁପର୍ ହିଟ୍ ହେବା ପରେ ଆୟୁଷ୍ମାନ୍ ଖୁରାନା ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ୍କୁ ନେଇ ବ୍ୟସ୍ତ। ଏହା ମଧ୍ୟରେ ଏକ୍ତା କପୁର୍ଙ୍କ ପ୍ରଯୋଜନାରେ ନୂଆ ବଲିଉଡ୍ ମୁଭି ‘ଡ୍ରିମ୍ ଗର୍ଲ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏଥିରେ ଆୟୁଷ୍ମାନ୍ ଲିଡ୍ ରୋଲ୍ରେ ଆସୁଛନ୍ତି।
ଏକ୍ତା କପୁର୍ ସୋଶାଲ୍ ମିଡିଆରେ ଏନେଇ ସୂଚନା ଦେବା ସହ ଫିଲ୍ମର ଏକ ପୋଷ୍ଟର୍କୁ ଶେୟାର୍ କରିଛନ୍ତି। ଏହି ପୋଷ୍ଟର୍ରେ ଏକ ସ୍କୁଟର୍ରେ ଆୟୁଷ୍ମାନ୍ ହଳଦିଆ ରଙ୍ଗର ଶାଢ଼ୀରେ ନଜରକୁ ଆସିଛନ୍ତି। ଆୟୁଷ୍ମାନ୍ଙ୍କ ସହ ନୁଶରତ୍ ଭାରୁଚ୍ଚା ମଧ୍ୟ ଫିଲ୍ମ୍ର ସ୍କ୍ରିନ୍ ଶେୟାର୍ କରିବେ।
FILMING BEGINS! JAI MATA DI
An incredible story that’s going to baffle U, make U laugh, & then win Ur hearts! Here’s d first look of #DreamGirl#DreamGirlFirstLook #DreamGirlFilmingBegins @ayushmannk @NushratBharucha @RuchikaaKapoor @writerraj @balajimotionpic @Thinkinkstudio3 pic.twitter.com/jA01Ik2SVR— Ekta Kapoor (@ektaravikapoor) December 3, 2018
ଫିଲ୍ମର ପୋଷ୍ଟର୍ ଆସିବା ପରେ ଏହାକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ସହ ଆୟୁଷ୍ମାନ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏହାର ଭିଡିଓ ଅପଲୋଡ୍ କରିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ‘ଡ୍ରିମ୍ ଗର୍ଲ’ର କାହାଣୀ କିଛି ମଜାଦାର୍ ଓ ନିଆରା ହୋଇଥିବା ଏଥିରୁ ଅନୁମାନ କରାଯାଉଛି।
ଫିଲ୍ମ ‘ଅନ୍ଧାଧୁନ୍’ ଓ ‘ବଧାଇ ହୋ’ର ସଫଳତା ଆୟୁଷ୍ମାନ୍ଙ୍କ କ୍ୟାରିଅର୍ରେ ନୂଆ ମାଇଲ୍ଷ୍ଟୋନ୍ ସୃଷ୍ଟି କରିଛି। ତେଣୁ ଅପ୍କମିଂ ଫିଲ୍ମ ‘ଡ୍ରିମ୍ ଗର୍ଲ’ରେ ସେ କେଉଁ ଅବତାରରେ ଆସିବେ, ତାହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇଛି।
from Odisha Reporter https://ift.tt/2DZRQ6j
No comments:
Post a Comment