ପରିତ୍ୟକ୍ତ ଘରେ ପଡ଼ିଥିବା ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ନେଇ ଟଣାଓଟରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ପରିତ୍ୟକ୍ତ ଘରେ ପଡ଼ିଥିବା ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ନେଇ ଟଣାଓଟରା

ରାୟଗଡ଼ା (ମନୋଜ ପାତ୍ର): ଏକ ପରିତ୍ୟକ୍ତ ଘରେ ପଡ଼ିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ। ସେମାନଙ୍କର ଅନାହାର ମୃତ୍ୟୁ ହୋଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। ରେଳ ଓ ପୁଲିସ ବିଭାଗର ଟଣାଓଟରା ପରେ ଶେଷରେ ଚାନ୍ଦିଲି ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଥେରୁବାଲି ରେଳ ଷ୍ଟେସନ୍‌ ନିକଟସ୍ଥ କେଲଗୁଡ଼ାରେ ଏକ ପରିତ୍ୟକ୍ତ କ୍ୟାବିନ୍‌ ଭିତରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଛି। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ମାତ୍ର ପୁଲିସ ଏହା ରେଳ ବିଭାଗ ଅଧୀନସ୍ଥ ଜାଗା କହି ଘଟଣାକୁ ଏଡାଇ ଯାଇଥିଲା। ରେଳ ବିଭାଗ ପୁଲିସ ମଧ୍ୟ ତଦନ୍ତ ରାଜ୍ୟ ପୁଲିସର ଦାୟିତ୍ୱ କରି ହାତ ଝାଡ଼ି ଦେଇଥିଲା। ମୃତଦେହ ଦୁଇଟି ବହୁ ସମୟ ଧରି ପଡ଼ିରହିବା ପରେ ରେଳ ବିଭାଗର ନିର୍ଦ୍ଦେଶରେ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ କେବେ ହୋଇଛି, ତାହା ଜଣାପଡ଼ିନାହିଁ।



from Odisha Reporter http://bit.ly/2VfuNLb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages