ଏବିସିଡି-୩ରେ ଆଉ ଜମିବନି ବରୁଣ୍‌ ଓ କ୍ୟାଟ୍‌ଙ୍କ ଯୋଡ଼ି, କାରଣ କ’ଣ ‘ଭାଇଜାନ୍‌’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଏବିସିଡି-୩ରେ ଆଉ ଜମିବନି ବରୁଣ୍‌ ଓ କ୍ୟାଟ୍‌ଙ୍କ ଯୋଡ଼ି, କାରଣ କ’ଣ ‘ଭାଇଜାନ୍‌’?

Untitled-1

ମୁମ୍ବାଇ: ଫିଲ୍ମ ‘ଜିରୋ’ ରିଲିଜ୍‌ ହେବା ପରେ ଆଗାମୀ ଫିଲ୍ମ ‘ଭାରତ’ର ଶୁଟିଂରେ ଜୋର୍‌ସୋରରେ ଲାଗି ପଡ଼ିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। କିଛି ଦିନ ତଳେ ସେ ଅଭିନେତା ବରୁଣ ଧଓ୍ଵନଙ୍କ ବିପକ୍ଷରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିଲା। କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରିମୋ ଡି’ସୁଜାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ସେ ବରୁଣଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିବେ ବୋଲି ଖବର ମିଳିଥିଲା। କିନ୍ତୁ ଏବେ ସେ ବରୁଣଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି ଜଣାପଡ଼ିଛି। ଆଉ କ୍ୟାଟ୍ରିନା ରିମୋଙ୍କ ଏହି ଫିଲ୍ମ ଛାଡ଼ିବା ପଛର କାରଣ କୁଆଡ଼େ ସଲମାନ୍‌ ଖାନ୍ ବୋଲି କୁହାଯାଉଛି।

ଏକଥା ଶୁଣିଲା ପରେ ଆପଣ ଭାବୁଥିବେ ଯେ ସଲ୍‌ମାନ୍ କ୍ୟାଟ୍ରିନାଙ୍କୁ ବରୁଣ୍‌ଙ୍କ ସହ କାମ କରିବାକୁ ବୋଧହୁଏ ମନା କରିଛନ୍ତି। କିନ୍ତୁ କଥା ସେମିତି ନୁହେଁ। କ୍ୟାଟ୍ରିନା ନିଜ ଫିଲ୍ମ ‘ଭାରତ’ ପାଇଁ ଏମିତି ନିଷ୍ପତ୍ତି ନେଇଛନ୍ତି।

ସୂଚନା ମୁତାବକ, ରିମୋ ନିଜ ଫିଲ୍ମ ‘ଏବିସିଡି’ର ତୃତୀୟ ଭାଗ ତିଆରି କରିବାକୁ ଯାଉଥିବା ବେଳେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା ଏବଂ ବରୁଣ୍‌ଙ୍କୁ ନେବାକୁ ସ୍ଥିର କରିଥିଲେ। କିନ୍ତୁ ଏବେ କ୍ୟାଟ୍ରିନା ଏହି ଫିଲ୍ମରୁ ଓହରି ଯାଇଛନ୍ତି । କ୍ୟାଟ୍ରିନାଙ୍କ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ସଲମାନ୍‌ଙ୍କ ଫିଲ୍ମ ‘ଭାରତ’ ପାଇଁ କ୍ୟାଟ୍ରିନା ଏହି ଫିଲ୍ମ ଛାଡ଼ିଛନ୍ତି । ‘ଭାରତ’ର ଶୁଟିଂରେ ବ୍ୟସ୍ତତା ଯୋଗୁ  ‘ଏବିସିଡି-୩’ର ଶୁଟିଂ ପାଇଁ ସେ ସମୟ ଦେଇ ପାରିବେ ନାହିଁ ।

ଏମିତି ବି ଶୁଣିବାକୁ ମିଳିଛି ଯେ ‘ଜିରୋ’ ଫ୍ଲପ୍‌ ହେବା ପରେ ସେ ତାଙ୍କ ସମସ୍ତ ଧ୍ୟାନ୍‌ ଫିଲ୍ମ ‘ଭାରତ’ରେ ଦେବାକୁ ଚାହୁଁଛନ୍ତି।



from Odisha Reporter http://bit.ly/2SuDqzE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages