
ଦୁବାଇ: ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ବୋଲି ଆଇସିସି କହିଥିବା ଆଜି ଦେଶର କ୍ରୀଡ଼ାମନ୍ତ୍ରୀ କହିଛନ୍ତି।
କ୍ରୀଡ଼ା ମନ୍ତ୍ରୀ ହରିନ୍ ଫର୍ଣ୍ଣାଡୋ କହିଛନ୍ତି, “ ଆଇସିସି ମତରେ ଶ୍ରୀଲଙ୍କା କ୍ରିକେଟର ପ୍ରଶାସନରେ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳସ୍ତରର ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ। ଏ ସଂକ୍ରାନ୍ତରେ ଆଇସିସି ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ମୁଁ ଦୁବାଇ ବୈଠକ ବେଳେ ଦେଖିଛି। ଶ୍ରୀଲଙ୍କାକୁ ଏଭଳି ମାନ୍ୟତା ଦେବା ନିଶ୍ଚିତ ଦୁର୍ଭାଗ୍ୟଜନକ ଘଟଣା। କେବଳ ବୁକିମାନେ ଯେ ଏଭଳି କରୁଛନ୍ତି, ତାହା ନୁହେଁ କ୍ରିକେଟ ବୋର୍ଡରେ ଥିବା ଅଧିକାରୀମାନେ ମଧ୍ୟ ଦୁର୍ନୀତିରେ ସଂପୃକ୍ତ।”
ଗୋଟିଏ ପଟେ ଶ୍ରୀଲଙ୍କା ଟିମ୍ ମ୍ୟାଚ୍ ଫିକ୍ସିରେ ଥିବା ଏକ ଷ୍ଟିଙ୍ଗ ଅପରେସନ୍ ପଦାକୁ ଆସିଥିବା ବେଳେ ମନ୍ତ୍ରୀଙ୍କ ଏଭଳି ବୟାନ ପୂରା ସ୍ଥିତିକୁ ନୂଆ ମୋଡ଼ ଦେଇଛି।
from Odisha Reporter http://bit.ly/2CINa3P
No comments:
Post a Comment