ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ହଟିଲେ: ହେମାନନ୍ଦ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ହଟିଲେ: ହେମାନନ୍ଦ 

srikantjena

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଗତକାଲି ରାଜ୍ୟ କଂଗ୍ରେସ୍‌ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯିବା ପରେ ଦଳର ତୁଙ୍ଗ ନେତାମାନେ ପୂରା ଆଟାକିଂ ମୁଡ଼ରେ ଅଛନ୍ତି। ନିରଞ୍ଜନ ହୁଅନ୍ତୁ ଅବା ହେମାନନ୍ଦ, ଅଥବା ତାରା,ଜଣଙ୍କ ପରେ ଜଣେ ଶ୍ରୀକାନ୍ତଙ୍କୁ ପଦରୁ ଅପସରଣ କରାଯିବା ଯଥାର୍ଥ ବୋଲି କହିଛନ୍ତି। ଏପରିକି ‘ଶ୍ରୀକାନ୍ତ ଯୁଗୋପଯୋଗୀ ନୁହନ୍ତି’ ବୋଲି କହିବାକୁ ପଛାଇ ନାହାନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗତକାଲି ଘୋଷଣା କରାଯାଇଥିବା ୧୦ ଜଣିଆ ଇସ୍ତାହାର କମିଟିରେ ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଥିବା ବେଳେ ଶ୍ରୀକାନ୍ତ ଏବଂ କମିଟି ଆବାହକ ଶରତ ରାଉତଙ୍କୁ ହଟାଇ ଦିଆଯାଇଥିଲା। ଏହାପରେ ରାଜ୍ୟ କଂଗ୍ରେସ୍‌ରେ ପରିବେଶ ବେଶ ସରଗରମ ହୋଇଉଠିଛି।

ନିରଞ୍ଜନ କହିଛନ୍ତି, ଜଣେ ଯୁବକ ଓ ଜ୍ଞାନୀ ଲୋକ (ଗଣେଶ୍ୱର ବେହେରା)ଙ୍କୁ ଇସ୍ତାହାର କମିଟି ଦାୟିତ୍ୱ ଦିଆଯାଇଛି। ସାରା ରାଜ୍ୟ ବୁଲି କାମ କରିପାରିବାର ଦକ୍ଷତା ତାଙ୍କ ପାଖରେ ଥିବାରୁ ଏହି ଦାୟିତ୍ୱ ଦିଆଯାଇଛି।”

ଶ୍ରୀକାନ୍ତଙ୍କ ସମ୍ପର୍କରେ ସେ କହିଛନ୍ତି, “ଶ୍ରୀକାନ୍ତ ବରିଷ୍ଠ ଓ ଜ୍ଞାନୀ ବ୍ୟକ୍ତି। ହେଲେ ଯୁଗୋପଯୋଗୀ ପାଇଁ ଗଣେଶ୍ୱରଙ୍କୁ ଦାୟିତ୍ୱ ଦିଆଯାଇଛି।”

ନିରଞ୍ଜନ, ଶ୍ରୀକାନ୍ତଙ୍କୁ ପ୍ରଶଂସା କରିବା ଛଳରେ ତାଙ୍କ ସମୟ ସରି ଆସୁଥିବା ଇଙ୍ଗିତ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଗଣେଶ୍ୱରଙ୍କୁ ଯୁଗୋପଯୋଗୀ କହି, ଶ୍ରୀକାନ୍ତ ଆଉ ଭିଡ଼କୁ ନୁହନ୍ତି ବୋଲି ନିରଞ୍ଜନ ଇସାରା ଦେଇଛନ୍ତ।

ସେହିପରି ଶ୍ରୀକାନ୍ତ ଏବଂ କୃଷ୍ଣ ସରଗରିଆଙ୍କ ସମ୍ପର୍କରେ ନିରଞ୍ଜନ କହିଛନ୍ତି, ‘‘ଦଳ ଭିତରେ ରହି ଦଳ ଭାଙ୍ଗୁଥିଲେ ତାହା ପରୀକ୍ଷା କରାଯିବ। ସେସବୁ ସତ୍ୟ ହୋଇଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ।”

‘ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବାକୁ ଏପରି ପଦକ୍ଷେପ’

କେବଳ ନିରଞ୍ଜନ ନୁହନ୍ତି, ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଟାର୍ଗେଟ ଶିକାର ହୋଇଛନ୍ତି ଶ୍ରୀକାନ୍ତ। ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ପଦରୁ ହଟା ଯାଇଥିବା ହେମାନନ୍ଦ ରୋକ୍‌ଠୋକ୍‌ କହିଛନ୍ତି।

ସେ କହିଛନ୍ତି, “ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ଏଇଠୁ ନଚେତିଲେ, ପରିଣାମ କ’ଣ ହେବ ଏବେଠୁ କହିବା ଅନୁଚିତ। ଅଧିକ ବିଶୃଙ୍ଖଳିତ ହେଲେ କାରଣ ଦର୍ଶାଅ, ନିଲମ୍ବନରୁ ବହିଷ୍କାର ଯାଏ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି।”

ଏହାସହ କୃଷ୍ଣ ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯାଇଥିବା ହେମାନନ୍ଦ କହିଛନ୍ତି।

‘ଗୋଦରିଲୋ ନିଜ ଗୋଡ଼କୁ ଅନା’

ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ଅପସାରଣ କରାଯିବା ପରେ ତାରା ପ୍ରସାଦ ବାହିନୀପତି ନିଜ ଷ୍ଟାଇଲ୍‌ରେ ତାଙ୍କୁ ଟାର୍ଗେଟ କରିଛନ୍ତି। ‘ଗୋଦରିଲୋ ନିଜ ଗୋଡ଼କୁ ଅନା’ କହି ତାରା ଶ୍ରୀକାନ୍ତଙ୍କୁ କଟୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “କଂଗ୍ରେସ ଖଣି ମାଫିଆଙ୍କ ଦଳ ନୁହେଁ। ଯିଏ କହୁଛି (ଶ୍ରୀକାନ୍ତ) ଦଳ ଛାଡ଼ି ଚାଲିଯାଉ। ଯିଏ ବିଶୃଙ୍ଖଳା କରିବ, ଶୃଙ୍ଖଳା କମିଟି ତା’ର ବ୍ୟବସ୍ଥା କରିବ। ଶ୍ରୀକାନ୍ତ ନିଜକୁ ସମୀକ୍ଷା କରିବା ଦରକାର। ସେ ଦଳର କ୍ଷତି କଲେଣି। ରାହୁଲ ଗାନ୍ଧି ଓ ନିରଞ୍ଜନ ପଟ୍ଟନାୟକ ଏହାର ବିଚାର କରିବା ଦରକାର।”



from Odisha Reporter https://ift.tt/2roJFcg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages