ପାକିସ୍ତାନ ଆମେରିକାର ‘ଭଡ଼ାଟିଆ ବନ୍ଧୁକ’ ଭଳି ବ୍ୟବହୃତ ହେବାକୁ ଚାହେଁନି: ଇମ୍ରାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ପାକିସ୍ତାନ ଆମେରିକାର ‘ଭଡ଼ାଟିଆ ବନ୍ଧୁକ’ ଭଳି ବ୍ୟବହୃତ ହେବାକୁ ଚାହେଁନି: ଇମ୍ରାନ୍‌

ଇସ୍‌ଲାମାବାଦ୍: ଆମେରିକା ପାକିସ୍ତାନକୁ ‘ଭଡ଼ାଟିଆ ବନ୍ଧୁକ’ ଭଳି ବ୍ୟବହାର କରିବା ଜାରି ରଖିଲେ କୌଣସି ଦ୍ୱିପାକ୍ଷିକ ସମ୍ପର୍କ ରହିବନି ବୋଲି ମତ ରଖିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ୱାଶିଂଟନ୍‌ ପୋଷ୍ଟକୁ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଭାବେ ପ୍ରଥମ ଥରପାଇଁ କୌଣସି ଗଣମାଧ୍ୟମକୁ ସାକ୍ଷାତକାର।

ଏହି ନବନିର୍ବାଚିତ ପ୍ରଧାନମନ୍ତ୍ରୀ କହିଛନ୍ତି, ଇସଲାମାବାଦ୍‌ ଅନ୍ୟ କାହାର ଯୁଦ୍ଧ ଲଢ଼ଇବାପାଇଁ ଅର୍ଥ ଗ୍ରହଣ କରିବ ନାହିଁ। ଏହା କେବଳ ମନୁଷ୍ୟ ଜୀବନ ନେଉନାହିଁ, ବରଂ ଦେଶର ମର୍ଯ୍ୟାଦା ହାନି କରୁଛି ବୋଲି ସେ କହିଛନ୍ତି।

ଇମ୍ରାନ୍‌ ସେତେବେଳେ ହିଁ ଏଭଳି ମତ ରଖିଛନ୍ତି ଯେତେବେଳେ ଆମେରିକା ଲଗାତାର ଅଭିଯୋଗ ଆଣୁଛି ଯେ, ପାକିସ୍ତାନକୁ ବିପୁଳ ସହାୟତା ଦିଆଯାଉଥିବାବେଳେ ସେ ନିଜ ଦେଶକୁ ଆତଙ୍କବାଦୀଙ୍କ ଭୂସ୍ୱର୍ଗ କରିବାରେ ଲାଗିଛି। ୨୦୦୧ ମସିହାରେ ନ୍ୟୁୟର୍କର ଟ୍ରେଡ୍‌ ସେଣ୍ଟରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକକୁ ଅସ୍ୱୀକାର କରି ସେ କହିଛନ୍ତି, “ଏଳଭି ଅଭିଯୋଗ କାହିଁକି ଆସୁଛି ମୁଁ ବୁଝିପାରୁନି। ୯/୧୧ ଆକ୍ରମଣରେ ପାକିସ୍ତାନର କୌଣସି ଭୂମିକା ନାହିଁ। ଅଲ୍‌ କାଏଦା ଆଫଗାନିସ୍ତାନରେ ଥିଲା ଏଥିରେ କୌଣସି ପାକିସ୍ତାନୀ ସଂଶ୍ଲିଷ୍ଟ ନଥିଲେ। ଆମେରିକାର ଯୁଦ୍ଧରେ ପାକିସ୍ତାନକୁ ଭାଗନେବାକୁ କୁହାଯାଇଥିବାବେଳେ ମୋ ସମେତ ଅନେକ ପାକିସ୍ତାନୀ ବିରୋଧ କରିଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି, ଆମେରିକାର ଯୁଦ୍ଧରେ ପାକିସ୍ତାନ ଆଗଧାଡ଼ିରେ ରହୁଥିବାରୁ ଏହି ରାଷ୍ଟ୍ର ୮୦ ହଜାର ଜୀବନ ଏବଂ ୧୫ ହଜାର କୋଟି ଡଲାର ଟଙ୍କାର କ୍ଷତି ସହିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ, ନା ନିବେଶକାରୀ ଆଗ୍ରହ ଦେଖାଇଲେ ନା କୌଣସି ରାଷ୍ଟ୍ର ଖେଳ ପାଇଁ ଆଗ୍ରହ ଦେଖାଇଲେ।

ଚୀନ୍‌ ସହିତ ସମ୍ପର୍କ ବାବଦରେ ସେ କହିଥିଲେ, ଚୀନ୍‌ ସହିତ ସମ୍ପର୍କ ଗୋଟିଏ ଦିଗରେ ଗତିଶୀଳ ହେଉଛି। ଏହା ଦୁଇ ଦେଶ ମଧ୍ୟରେ କେବଳ ଏକ ବାଣିଜ୍ୟିକ ସମ୍ପର୍କ।

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇମ୍ରାନ୍‌ଙ୍କୁ ଚିଠି ଲେଖି ତାଲିବାନ୍‌ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲ। ଏହା ପୂର୍ବରୁ ଟ୍ୱିଟର୍‌ରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା। ଏପରିକି ଟ୍ରମ୍ପ କହିଥିଲେ, ଆମେ ପାକିସ୍ତାନକୁ ଏତେ ସହାୟତା ଦେଉଛୁ, କିନ୍ତୁ ପ୍ରତିବଦଳରେ ପାକିସ୍ତାନ ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌କୁ ଲୁଚାଇ ରଖିଥିଲା।



from Odisha Reporter https://ift.tt/2E7Fid6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages