ସ୍ୱାଇନ୍‌ ଫ୍ଲୁ’ ରୁ କେମିତି ସୁରକ୍ଷା ପାଇବେ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ସ୍ୱାଇନ୍‌ ଫ୍ଲୁ’ ରୁ କେମିତି ସୁରକ୍ଷା ପାଇବେ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସ୍ୱାଇନ୍ ଫ୍ଲୁ’ ସାଧାରଣତଃ ଏକ ଟାଇପ୍‌-ଏ ସଂକ୍ରାମକ ରୋଗ ଯାହା ଘୁଷୁରୀ ଠାରୁ ପବନ ଦ୍ୱାରା ମଣିଷଙ୍କୁ ବ୍ୟାପିଥାଏ। ୨୦୦୯-୨୦୧୦ରେ ଏହା ଏଚ୍‌ୱାନ୍‌ଏନ୍‌ୱାନ୍‌ (H1N1) ସଂକ୍ରାମକ ଜୀବାଣୁରୁ ବ୍ୟାପୁଥିବା ଜଣା ପଡ଼ିଥିଲା।

ପ୍ରଥମେ ଇନ୍‌ଫ୍ଲୁଏନ୍‌ଜା ଲାଇକ୍ ଇଲନେସ୍ (ଆଇଏଲ୍‌ଆଇ)ରୁ ଆରମ୍ଭ ହୋଇ ସିଭିଅର୍‌ ଆକ୍ୟୁଟ୍‌ ରେସ୍ପିରେଟୋରୀ ସିଣ୍ଡ୍ରମ୍‌ ମ(ଏସ୍ଏଆରଏସ୍) ପରି ଗୁରୁତର ରୂପ ନେଇଥାଏ।  ତେବେ ଅଧିକାଂଶଙ୍କର ଧାରଣା ଯେ ଥରେ ସ୍ଵାଇନ୍ ଫ୍ଲୁ’ରେ ଆକ୍ରାନ୍ତ ହେଲେ, ଆଉ ଭଲ ହେବା ସମ୍ଭବ ନୁହେଁ। କିନ୍ତୁ ଏହା ଆଦୌ ଠିକ୍ କି ବିଜ୍ଞାନସମ୍ମତ ବି ନୁହେଁ। କୌଣସି ସ୍ଵାଇନ୍ ଫ୍ଲୁ’ ପୀଡ଼ିତ ବ୍ୟକ୍ତି ଏହି ଭୂତାଣୁ ଦ୍ଵାରା ମୃତ୍ୟୁ ମୁଖରେ ପଡ଼ି ନ ଥା’ନ୍ତି, ବରଂ ଏହି ଭୂତାଣୁ ଦ୍ୱାରା ହେଉଥିବା ଶାରୀରିକ କ୍ଷତି ଓ ଅନ୍ୟ ସଂକ୍ରମଣ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥାଏ।

ସଂକ୍ରମଣର ଜଟିଳତା ଦେଇ ସ୍ୱାଇନ୍ ଫ୍ଲୁ’ ଆକ୍ରାନ୍ତଙ୍କୁ ସାଧାରଣତଃ ଏ’, ବି’ ଓ ସି, ଏହିପରି  ତିନି କ୍ୟାଟାଗରୀରେ ବିଭକ୍ତ କରାଯାଇଛି । ‘ଏ’ ଶ୍ରେଣୀଭୁକ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ। ‘ବି’ ଶ୍ରେଣୀଭୁକ୍ତ ରୋଗୀଙ୍କୁ ବିଶେଷଜ୍ଞ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରା ନ ଗଲେ, ସେମାନଙ୍କ ଅବସ୍ଥା ଗୁରୁତର ହେବାର ଆଶଙ୍କା ଥାଏ। ତେଣୁ ଏପରି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆବଶ୍ୟକ ପଡ଼ିଲେ ରୋଗୀକୁ ଡାକ୍ତରଖାନାରେ ଆଡମିଶନ୍ କରିବାକୁ ପଡିଥାଏ। ‘ସି’ ଶ୍ରେଣୀଭୁକ୍ତ ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ଥାଏ, ତେଣୁ ଏମାନଙ୍କୁ ତୁରନ୍ତ ଆଇସିୟୁରେ ରଖି ଚିକିତ୍ସା କରାଯାଏ।

ସ୍ୱାଇନ୍‌ ଫ୍ଲୁ’ର ଲକ୍ଷଣ: ଜ୍ଵର, ସର୍ଦ୍ଦି, ଥଣ୍ଡା, କାଶ, ନାକରୁ ପାଣି ଗଡ଼ିବା, ତଣ୍ଟିରେ ଦରଜ, ମୁଣ୍ଡ ବ୍ୟଥା, ହାଲିଆ ଲାଗିବା, ପତଳା ଝାଡା, ବାନ୍ତି ଓ ଆଖି ନାଲି ପଡି ରହିବା ଆଦି ସ୍ଵାଇନ୍ ଫ୍ଲୁ’ର ଲକ୍ଷଣ ବୋଲି ଧରାଯାଏ। ତେଣୁ ଆପଣଙ୍କଠାରେ ଯଦି ଏହି ସବୁ ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଏହାର ଚିକିତ୍ସା କରାନ୍ତୁ।

କିପରି ବ୍ୟାପେ:  ସ୍ଵାଇନ୍ ଫ୍ଲୁ’ ଆକ୍ରାନ୍ତଙ୍କ ପାଖରେ ପ୍ରାୟ ସପ୍ତାହେ ରହିଲେ କିମ୍ବା ରୋଗୀଙ୍କ ସଂସ୍ପର୍ଶରେ ଆସିଲେ, ସ୍ଵାଇନ୍ ଫ୍ଲୁ’ ପଜିଟିଭ୍‌ ଚିହ୍ନଟ ହୋଇଥିବା ଅଞ୍ଚଳରେ ବା ବ୍ୟାପିଥିବା ଅଞ୍ଚଳରେ ବାସ କଲେ ଏହି ରୋଗରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ଥାଏ।

କ’ଣ କରିବା ଉଚିତ୍‌

୧. ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସବୁଠାରୁ ପ୍ରମୁଖ କାମ। ବିଶେଷ କରି ହାତକୁ ସାବୁନ କିମ୍ବା ହ୍ୟାଣ୍ଡ୍‌ୱାଶ୍‌ରେ ଧୋଇ ପରିଷ୍କାର ରଖନ୍ତୁ। ସାନିଟାଇଜର୍‌ ବି ବ୍ୟବହାର କରନ୍ତୁ।

୨. ନିଃଶ୍ଵାସ ପ୍ରଶ୍ଵାସ, କାଶ ଓ ଛିଙ୍କ ପ୍ରତି ସତର୍କ ରହନ୍ତୁ । ଛିଙ୍କ କିମ୍ବା କାଶ ଆସିଲେ, ପାଟିରେ ହାତ କିମ୍ବା ରୁମାଲ୍‌ ଦେଇ ଛିଙ୍କନ୍ତୁ ଓ କାଶନ୍ତୁ।

୩.  ଜନଗହଳି ସ୍ଥାନକୁ ବେଶୀ ଯାଆନ୍ତୁ ନାହିଁ । ଫ୍ଲୁ’ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ଅତି କମ୍‌ରେ ତିନି ପୁଟ ଦୂରତାରେ ରହନ୍ତୁ।

୪. ବହାରକୁ ଯିବା ସମୟରେ ସଂକ୍ରମଣରୁ ସୁରକ୍ଷା ପାଇଁ ମାସ୍କ୍‌ ବ୍ୟବହାର କରନ୍ତୁ।

୫. ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ଓ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।

କ’ଣ କରିବେ ନାହିଁ

୧. ବାରମ୍ବାର ଆଖି, ନାକ ଓ ପାଟିରେ ହାତ ଦିଅନ୍ତୁ ନାହିଁ।

୨. ସମସ୍ତଙ୍କ ସହ ହାତ ମିଳାନ୍ତୁ ନାହିଁ।

୩. ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ କି ପରିସ୍ରା ଯାଆନ୍ତୁ ନାହିଁ।

୪. ଥଣ୍ଡା କିମ୍ବା ଜ୍ୱର ହେଲେ, ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ।

୫. ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍‌, ଗାମୁଛା ଓ ଡ୍ରେସ୍‌ ଇତ୍ୟାଦି ବ୍ୟବହାର କରନ୍ତୁ ନାହିଁ।



from Odisha Reporter https://ift.tt/2BlYwsJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages