କଣ୍ଟ୍ରୋର୍ଭସି କୁଇନ୍‌ଙ୍କ ନୂଆ ଚାଟ୍‌ ଶୋ ‘କଫି ଉଇଥ୍‌ ରାକ୍ଷୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

କଣ୍ଟ୍ରୋର୍ଭସି କୁଇନ୍‌ଙ୍କ ନୂଆ ଚାଟ୍‌ ଶୋ ‘କଫି ଉଇଥ୍‌ ରାକ୍ଷୀ’

ମୁମ୍ୱାଇ: କଣ୍ଟ୍ରୋର୍ଭସି କୁଇନ୍‌ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ, ରାକ୍ଷୀ ଏକ ନୂଆ ଶୋ ହୋଷ୍ଟ କରିବାକୁ ଯାଉଛନ୍ତି। ଏହି ଶୋ’ର ନାମ ରହିଛି କଫି ଉଇଥ୍‌ ରାକ୍ଷୀ।
ଶୋ’ରେ ରାକ୍ଷୀ ନିଜର ବୋଲ୍ଡ୍‌ ପ୍ରଶ୍ନ ଜରିଆରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କର ଗୁମର ଖୋଲିବେ ବୋଲି କହିଛନ୍ତି।
ତାଙ୍କ ମତରେ-
ଏହି ଶୋର ଫର୍ମୁଲା ଭିନ୍ନ ରହିବ ଏବଂ ସେଲିବ୍ରିଟି ମଧ୍ୟ ସେହିପରି ଚୟନ କରାଯିବ। ଆପଣ ଅନେକ ଚାଟ୍‌ ଶୋ ଦେଖିଥିବେ ସତ, କିନ୍ତୁ ଏହି ଶୋକୁ ଚଟ୍‌ପଟା ଶୈଳୀରେ ପରିବେଷଣ କରାଯିବ। ଟିଭିକୁ ଆସିବା ପରେ ଆପଣ ସବୁ ଜାଣିପାରିବେ। ”

ନୂଆ ଶୋ’ ଆସିବା ପୂର୍ବରୁ ରାକ୍ଷୀ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି।

ଫିଲ୍ମିମନ୍ତ୍ରାର ମୁଖ୍ୟ ମୁର୍‌ତାଜା ରଙ୍ଗୱାଲା ଏହି ଶୋର ପାର୍ଟନର୍‌ ରହିଛନ୍ତି। ରାକ୍ଷୀ ନିଜ ହଟ୍‌ ଓ ଆଲ୍‌ତୁ ଫାଲ୍‌ତୁ ପ୍ରଶ୍ନ ଦ୍ୱାରା ଅତିଥିମାନଙ୍କୁ ହଇରାଣ ମଧ୍ୟ କରିବେ ବୋଲି ଜଣାପଡ଼ିଛି।

ପ୍ରଥମ ଏପିସୋଡ୍‌ରେ ବଲିଉଡ୍ ସେଲିବ୍ରିଟିଙ୍କର ବିବାହ, ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହେବ। ସୂଚନା ଅନୁସାରେ, ଏହି ଶୋରେ ଦୀପକ କଲାଲ୍‌ ମଧ୍ୟ ଗେଷ୍ଟ୍‌ ଲିଷ୍ଟ୍‌ରେ ରହିଛନ୍ତି।
ପୂର୍ବରୁ ରାକ୍ଷୀଙ୍କୁ ଶୋ
ରାକ୍ଷୀ କା ଇନ୍‌ସାଫ୍‌ ହୋଷ୍ଟ କରିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏବେ କେବଳ ଦେଖିବାକୁ ବାକି ରହିଲା ସବୁବେଳେ ନିଜର ଅରୁଚିକର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ରାକ୍ଷୀ କଫି ଉଇଥ୍‌ ରାକ୍ଷୀରେ କିପରି ଦର୍ଶକଙ୍କର ମନକୁ ଜିତି ପାରୁଛନ୍ତି। 



from Odisha Reporter https://ift.tt/2ElORW7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages