ଉଜ୍ଜ୍ଵଳା ଯୋଜନା ସମ୍ପର୍କରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟ ବିଭ୍ରାନ୍ତିକର : ଧର୍ମେନ୍ଦ୍ର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଉଜ୍ଜ୍ଵଳା ଯୋଜନା ସମ୍ପର୍କରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟ ବିଭ୍ରାନ୍ତିକର : ଧର୍ମେନ୍ଦ୍ର 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଭିଯୋଗ ପତ୍ର ଉପରେ ଟ୍ୱିଟ ଯୋଗେ ଟିପ୍ପଣୀ ଦେବା ପରେ ଏକ ବିଧିବଦ୍ଧ ପତ୍ର ଲେଖି ଖବର କାଗଜ ରିପୋର୍ଟ ଆଧାରରେ ଶ୍ରୀ ପାତ୍ର ଲେଖିଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଏଥିରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ ଓ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗ୍ରାହକମାନେ ରିଫିଲ୍ କରୁନଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଉଜ୍ଜ୍ୱଳା ଯୋଜନା ଗ୍ରାହକ ହେବାର ଏକ ବର୍ଷ ମଧ୍ୟରେ ୭୦ ପ୍ରତିଶତ ପରିବାର ଗ୍ୟାସ ସିଲିଣ୍ଡର ଭରିଛନ୍ତି। ଏଥିମଧ୍ୟରୁ ୪.୨ ଲକ୍ଷ ଗ୍ରାହକ ୪ ବା ତଦୁର୍ଦ୍ଦ ରିଫିଲ୍ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହା ଓଡ଼ିଶାର ସାଧାରଣ ପରିବାର ଗୁଡ଼ିକ ସ୍ୱଚ୍ଛ ଇନ୍ଧନକୁ ଗ୍ରହଣ କରିଥିବାର ପ୍ରମାଣ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦ୍ୱାରା ମିଳୁଥିବା ସ୍ୱାସ୍ଥ୍ୟ ଓ ପର୍ଯ୍ୟାବରଣ ଜନିତ ଲାଭ ତଥା ସମୟ ବଞ୍ଚିବା କାରଣରୁ ବିଭିନ୍ନ ଆର୍ଥିକ ଗତିବିଧିରେ ମହିଳାମାନେ ସମୟ ଦେଇପାରୁଛନ୍ତି ଓ ଏହା ତାଙ୍କର ଆର୍ଥିକ ସଶକ୍ତିକରଣରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଡ଼ିସେମ୍ବର ୨୦୧୮ ସୁଦ୍ଧା ୩୫.୨୨ ଲକ୍ଷ ପରିବାରକୁ ଏଲପିଜି ସଂଯୋଗ ଦିଆଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ମେ ୨୦୧୪ରେ ରାଜ୍ୟରେ ମୋଟ ୧୯ ଲକ୍ଷ ଏଲପିଜି ସଂଯୋଗ ଥିବାବେଳେ ୨୦୧୮ ମସିହା ସୁଦ୍ଧା ଏହା ୭୨.୫ ଲକ୍ଷରେ ପହଞ୍ଚିଛି। ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ଓଡ଼ିଶାରେ ୨୨ ପ୍ରତିଶତ ଘରେ ଏଲପିଜି ସଂଯୋଗ ବୃଦ୍ଧି ପାଇ ୬୯ ପ୍ରତିଶତରେ ପହଞ୍ଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଗ୍ରାହକମାନଙ୍କ ଉପରେ ଏଲପିଜି ମୂଲ୍ୟର ବୋଝ କମ୍ କରିବା ପାଇଁ ଭାରତ ସରକାର ସବସିଡି ଯୋଗାଇ ଦେଉଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ ଗ୍ରାହକଙ୍କ ଜମା ଖାତାରେ ଏହି ସବସିଡି ରାଶି ତ୍ୱରିତ ପହଞ୍ଚା ଯାଇ ମଧ୍ୟସ୍ଥି ବ୍ୟବସ୍ଥାକୁ ଶେଷ କରିଦିଆଯାଇଛି। କେନ୍ଦ୍ର ସରକାର ଆଜି ସିଲିଣ୍ଡର ପିଛା ୩୨୬ ଟଙ୍କା ୨୨ ପଇସାର ସବସିଡି ଦେଇ ଗ୍ରାହକମାନଙ୍କୁ ଏଲପିଜିର ମୂଲ୍ୟ ବୃଦ୍ଧିର ବୋଝରୁ ସୁରକ୍ଷା ଦେଇଛନ୍ତି। ଗ୍ରାହକମାନଙ୍କୁ ଏଲପିଜି ସୁବିଧାରେ ପାଇବା ପାଇଁ ରାଜ୍ୟରେ ଥିବା କମନ୍ ସର୍ଭିସ୍ ସେଣ୍ଟର ଗୁଡ଼ିକରୁ ଏଲପିଜି ଯୋଗାଣର ବ୍ୟବସ୍ଥା କରାଯାଇଛି। ଉଜ୍ଜ୍ୱଳା ଗ୍ୟାସ ପରିବାରକୁ ୫ କିଲୋ ଏଲପିଜି ନେବା ପାଇଁ ଗ୍ରାହକ ସୃଷ୍ଟି କରାଯାଉଛି।

ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ ବିଶ୍ୱର ଅନେକ ପ୍ରତିଷ୍ଠିତ ସଂଗଠନ ଏହାର ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ୱ ସ୍ଥାସ୍ୱ୍ୟ ସଂଗଠନ, ଆମେରିକାର କାଲିଫର୍ନିୟା ବିଶ୍ୱବିଦ୍ୟାଳୟ, ଗ୍ଲୋବାଲ ଆଲାୟାନସ୍ କୁକିଂଗଷ୍ଟୋର, ଆଇଏଚ୍ଏସ୍ ମାରକି୍ଟ୍ ଆଦି ସଂସ୍ଥାମାନେ ଉଜ୍ଜ୍ୱଳା ଯୋଜନା ଧୂଆଁମୁକ୍ତ ଗାଁ ସହ ଏହାର ସ୍ୱାସ୍ଥ୍ୟ, ପର୍ଯ୍ୟାବରଣ ଓ ଅର୍ଥନୈତିକ ଲାଭ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ସେ ଲେଖିଥିବା ତଥ୍ୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସନ୍ଦେହ ଦୂର କରିବ ବୋଲି ଆଶାବ୍ୟକ୍ତ କରିବା ସହ ରାଜ୍ୟକୁ ଧୂଆଁମୁକ୍ତ କରି ସବୁ ଗରିବ ପରିବାରକୁ ଏଲପିଜି ସଂଯୋଗ ଯୋଗାଇ ଦେବାରେ ସହଯୋଗର ହାତ ବଢ଼ାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି।



from Odisha Reporter https://ift.tt/2PzSLMV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages