ରାଜସ୍ଥାନ: ଗେହଲଟ ହେଲେ ପାଇଲଟ୍‌, ସଚିନ୍‌ ଡେପୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ରାଜସ୍ଥାନ: ଗେହଲଟ ହେଲେ ପାଇଲଟ୍‌, ସଚିନ୍‌ ଡେପୁଟି

ଜୟପୁର: ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ୩ଦିନ ଧରି ଚାଲିଥିବା ଛକାପଞ୍ଝାର ଅନ୍ତ ଘଟିଛି।୨୦୧୩ ମସିହା ରାଜସ୍ଥାନ ବିଧାନସଭା ନିର୍ବାଚନରେ ମାତ୍ର ୨୧ଟି ଆସନ ପାଇଥିବା କଂଗ୍ରେସ ଯୁବ ପିସିସି ସଭାପତି ସଚିନ୍‌ ପାଇଲଟ୍‌ଙ୍କ ନେତୃତ୍ୱରେ ଶତକ (୧୦୦) ହାସଲ କରିବାପରେ ମଧ୍ୟ ବରିଷ୍ଠତା ଆଧରରେ ଅଶୋକ ଗେହଲଟ୍‌ଙ୍କ ମୁଣ୍ଡରେ ବନ୍ଧାଯାଇଛି ମୁଖ୍ୟମନ୍ତ୍ରୀର ପଗଡ଼ି।

ଅନ୍ୟପକ୍ଷରେ ରାଜସ୍ଥାନ ବିଜୟର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ କୁହାଯାଉଥିବା ସଚିନ୍‌ ପାଇଲଟ୍‌ଙ୍କ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ନିଶ୍ଚିତ ହୋଇଯାଇଛି। ସଚିନ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ଯୁବଗୋଷ୍ଠୀ ଅଡ଼ି ବସିଥିଲେ ହେଁ, ଡେପୁଟି ପଦ ପାଇଁ ସଚିନ୍‌ ସହମତି ପ୍ରକାଶ କରିଥିବା ଜଣାଯାଇଛି।

ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି ) କାର୍ଯ୍ୟାଳୟଠାରେ ରାଜସ୍ଥାନ ପର୍ଯ୍ୟବେକ୍ଷକ କେସି ଭେନୁଗୋପାଲ ଏନେଇ ଆଜି ଘୋଷଣା କରିଛନ୍ତି। ଏହି ଅବସରରେ ରାଜସ୍ଥାନ କଂଗ୍ରେସ ସଭାପତି ସଚିନ ପାଇଲଟ୍‌ କହିଛନ୍ତି, “ମୋର ଏବଂ ଅଶୋକ ଗେହଲଟଙ୍କ ଯାଦୁ ଚାଲିଲା, ଏବେ ଆମେ ସରକାର ବନାଇବାକୁ ଯାଉଛୁ। ମୁଁ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଉଛି। ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ରାହୁଲ ଗାନ୍ଧି ଏବଂ ବିଧାୟକ ନେଇଥିବା ନିଷ୍ପତ୍ତି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ସଚିନଙ୍କ ବ୍ୟତୀତ ଭାବୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଗଭି ମଧ୍ୟ ଉପସ୍ଥିତ ଥିଲେ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହାକୁ ମିଳିବ ତାକୁ ନେଇ ଲଗାତାର ବୈଠକ ଚାଲୁରହିଥିଲା। ଏପରିକି ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଏଥିରେ ଯୋଗଦେବା ସ୍ପଷ୍ଟ କରିଦେଇଥିଲା ଏହି ନିଷ୍ପତ୍ତିକୁ ନେଇ ଗାନ୍ଧି ପରିବାର ଗୁରୁତ୍ୱର ସହିତ ବିଚାର କରିଛି।

କଂଗ୍ରେସ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ସହିତ ମେଣ୍ଟ କରି ୧୯୯ରୁ ମ୍ୟାଜିକ୍‌ ନମ୍ବର୧୦୦ଟି ଆସନ ହାସଲ କରିବାପରେ ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ୬ବିଧାୟକଙ୍କ ସହିତ କଂଗ୍ରେସକୁ ସମର୍ଥନ ଜଣାଇସାରିଥିବାରୁ କଂଗ୍ରେସ ସ୍ଥିତି ବର୍ତ୍ତମାନ ନିଷ୍କଣ୍ଟକ ସ୍ଥିତିରେ ପହଞ୍ଚିସାରିଛି।



from Odisha Reporter https://ift.tt/2zWY6sK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages