ଗୀତ ଶୁଣି କୋମାରୁ ଉଠିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଗୀତ ଶୁଣି କୋମାରୁ ଉଠିଲେ ମହିଳା

କୋଲକାତା: ମଣିଷ ଜୀବନରେ ଅନ୍ୟ ସମସ୍ତ ଜିନିଷ ପରି ସଙ୍ଗୀତର ମଧ୍ୟ ଏକ ବିଶେଷ ମହତ୍ୱ ରହିଛି। ଯଦି ଆପଣ ଦୁଃଖରେ ଥାନ୍ତି, ତେବେ ଗୀତ ଶୁଣି ସାରିବା ପରେ ଆପଣଙ୍କ ମନ ହାଲ୍‌କା ଲାଗିବା ସହିତ ଫଫୁଲ୍ଲ ହୋଇ ଯାଇଥାଏ।

କିଛି ବ୍ୟକ୍ତିଙ୍କୁ ସଙ୍ଗୀତ ଅଧିକ ପସନ୍ଦ ଆସୁଥିବା ବେଳେ କିଛି ବ୍ୟକ୍ତି ଏହାକୁ କମ୍‌ ପସନ୍ଦ କରିଥାନ୍ତି।

ତେବେ ସଙ୍ଗୀତ କୌଣସି ରୋଗକୁ ଠିକ୍‌ କରିଦେବା କଥା ଆପଣ ବହୁତ କମ୍‌ ଶୁଣିଥିବେ। କିନ୍ତୁ ଏପରି ଏକ ସତ ଘଟଣା କୋଲକାତାରେ ଦେଖିବାକୁ ମିଳିଛି। ଯାହାକୁ ଆପଣ ଚମତ୍କାର ବୋଲି ମଧ୍ୟ କହିପାରିବେ।

କୋଲକାତାର ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ରେ ଜଣେ ୨୧ ବର୍ଷୀୟ ମହିଳା ସଙ୍ଗୀତା ଦାସ ଅନେକ ଦିନ ଧରି କୋମାରେ ପଡ଼ି ରହିଥିଲେ। ଡାକ୍ତର ତାଙ୍କର ଭଲ ହେବାର ସମସ୍ତ ଆଶା ଛାଡ଼ି ଦେଇଥିଲେ। ତେବେ ଶେଷରେ ଡାକ୍ତରମାନେ ମ୍ୟୁଜିକ୍‌ ଥେରାପି ପ୍ରୟୋଗ କରିବାକୁ ଚିନ୍ତା କରିଥିଲେ।

ଆଉ ଏହି ପଦ୍ଧତି ଫଳପ୍ରଦ ହୋଇଥିଲା। ଯେଉଁ ଘଟଣା ବର୍ତ୍ତମାନ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୋମାରେ ଥିବା ମହିଳା ସଙ୍ଗୀତାଙ୍କୁ ଦିନକୁ ତିନିଥର ସଙ୍ଗୀତ  ଶୁଣାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏଥିପାଇଁ ପଦ୍ମ ପୁରସ୍କାର ବିଜୟିନୀ ଲୋକପ୍ରିୟ ଭାଓଲିନ୍‌ ବାଦିକା ଏନ୍‌.ରାଜମ୍‌ଙ୍କୁ ସଙ୍ଗୀତ ଶୁଣାଇବା ପାଇଁ ପରିବାର ଲୋକ ଅନୁରୋଧ କରିଥିଲେ।
ଏନ୍‌.ରାଜମ୍‌ଙ୍କ ଭାଓଲିନ୍‌ ଶୁଣିବା ପରେ ସଙ୍ଗୀତା କୋମାରୁ ବାହାରି ବର୍ତ୍ତମାନ ସୁସ୍ଥ ହୋଇଛନ୍ତି।

ଏହି ଘଟଣା ପରେ ଏନ୍‌.ରାଜମ୍‌ ନିଜର ଖୁସି ଜାହିର୍‌ କରିଛନ୍ତି। ସେ କହିଛନ୍ତି, “ମୁଁ ବହୁତ ପଇସା ରୋଜଗାର କରିଛି। ବହୁତ ଆୱାର୍ଡ ମଧ୍ୟ ପାଇଛି। କିନ୍ତୁ କେବେ ଭାବି ନ ଥିଲି ଯେ, ମୋ ଭାଓଲିନ୍‌ ଦ୍ୱାରା ଜଣେ ରୋଗୀକୁ ଏକ ନୂଆ ଜୀବନ ମିଳିପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋ ଭାବନାକୁ ଶବ୍ଦରେ କହିପାରିବି ନାହିଁ। “



from Odisha Reporter https://ift.tt/2S0sBFk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages