ବିଜେପିକୁ କୋଲକାତାରେ ରଥଯାତ୍ରା ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ବିଜେପିକୁ କୋଲକାତାରେ ରଥଯାତ୍ରା ମନା

କୋଲକାତା: ଆସନ୍ତାକାଲି ବିଜେପି ସଭାପତି ଅମିତ ଶାହ ପଶ୍ଚିମବଙ୍ଗର କୋଚବେହରଠାରେ ରଥଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆଜି ଦଳକୁ ଝଟ୍‌କା ଲାଗିଛି। ବିଜେପି ଏଠାରେ କୌଣସି ପ୍ରକାରର ରଥଯାତ୍ରା କରିପାରିବ ନାହିଁ ବୋଲି କ୍ୟାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପିର ରଥଯାତ୍ରାକୁ ଆସନ୍ତାକାଲି ଅମିତ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଥାଆନ୍ତେ। ଏହା ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବୁଲି ଦଳ ପାଇଁ ପ୍ରଚାର କରିଥାଆନ୍ତା। ତେବେ ଏଭଳି ରଥଯାତ୍ରା ଉପରେ କୋର୍ଟ ୨୦୧୯ ମସିହା ଜାନୁଆରୀ ୯ ଯାଏ ରୋକ ଲଗାଇଛନ୍ତି।

କ୍ୟାଲକାଟା ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ବିଜେପି ଡିଭିଜନ୍‌ ବେଞ୍ଚଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି।

ବିଜେପି ରଥାଯାତ୍ରା କରିବାକୁ ଚାହୁଁଥିବେ ବେଳେ କ୍ଷମତାସୀନ ଟିଏମ୍‌ସି ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା।



from Odisha Reporter https://ift.tt/2QIdDGm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages