
କେନ୍ଦୁଝର (ପ୍ରଣୟ ପାଣି): ନୂଆବର୍ଷ ପାଇଁ ଭୋଜି କରିବାକୁ ଭୀମକୁଣ୍ଡ ଯାଇଥିଲେ। ଭୋଜି ପୂର୍ବରୁ ଜଣେ ଛାତ୍ର ଭୀମକୁଣ୍ଡରେ ସେଲ୍ଫି ନେଉଥିଲେ। ହଠାତ ଗୋଡ଼ ଖସିଯିବାରୁ ଛାତ୍ର ଜଣକ ଭାସି ଯାଇଛନ୍ତି। ଆଜି ଏମିତି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।
କଟକ ମଧୁପାଟଣା ସାଇ ଶିକ୍ଷାକେନ୍ଦ୍ରରେ ଯୁକ୍ତ ଦୁଇ ବିଜ୍ଞାନରେ ପଢ଼ୁଥିବା ୩୦ ଜଣ ଛାତ୍ରଛାତ୍ରୀ ଭୀମକୁଣ୍ଡ ଯାଇଥିଲେ। ସେଠାରେ ସବୁ ଛାତ୍ରଛାତ୍ରୀ ଭୋଜି ଓ ଆମୋଦ ପ୍ରମୋଦରେ ମାତିଥିବା ବେଳେ ଜଣେ ଛାତ୍ର ଭୀମକୁଣ୍ଡରେ ବିପଦପୂର୍ଣ୍ଣ ଅବସ୍ଥାରେ ସେଲ୍ଫି ନେଉଥିଲେ। ତେବେ ଅସାବଧାନତା ଯୋଗୁ ଛାତ୍ରଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଜଳ ପ୍ରପାତର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କରୁଛନ୍ତି। ମାତ୍ର ଶେଷ ଖବର ସୁଦ୍ଧା ଛାତ୍ରଙ୍କ ପତ୍ତା ମିଳିପାରି ନାହିଁ।
ଦିନକୁ ଦିନ ସେଲ୍ଫି ଘାତକ ସାବ୍ୟସ୍ତ ହେବାରେ ଲାଗିଛି। ସତର୍କ ସୂଚନା ସତ୍ତ୍ୱେ ଯୁବପିଢ଼ିଙ୍କ ଚେତା ପଶୁନି। ବାରମ୍ୱାର ବିପଦସଙ୍କୁଳ ଅବସ୍ଥାରେ ସେଲ୍ଫି ନେଇ ମୂଲ୍ୟବାନ ଜୀବନକୁ ମୃତ୍ୟୁ ହାତରେ ଟେକି ଦେଉଛନ୍ତି।
from Odisha Reporter http://bit.ly/2EVjHoC
No comments:
Post a Comment