ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନାଁରେ ଜାରିହେଲା ଗିରଫ ପରୱାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନାଁରେ ଜାରିହେଲା ଗିରଫ ପରୱାନା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁରେ ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସେ ସମସ୍ତ ପ୍ରକାରର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ଏଭଳି ୱାରେଣ୍ଟ ଜାରି ହୋଇଛି।

ମଧ୍ୟପ୍ରଦେଶର ଏକ କୋର୍ଟରେ ପୁଲିସ୍‌ ଶ୍ରୀ ପାତ୍ରଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହାପରେ କୋର୍ଟ ଶ୍ରୀ ପାତ୍ରଙ୍କୁ ଗତକାଲି ହାଜର ହେବାକୁ ନୋଟିସ୍‌ କରିଥିଲେ। ହେଲେ ସେ ଏହାକୁ ବେଖାତିର କରିଥିଲେ। ତେଣୁ କୋର୍ଟ ଏଭଳି ଜାମିନ୍‌ ଯୁକ୍ତ ୱାରେଣ୍ଟ ଜାରି କରିଛନ୍ତି।

ଏହି ଘଟଣାରେ ସାମିଲ ଥିବା ଅନ୍ୟତମ ବିଜେପି ନେତା ଏସ୍‌ଏସ୍‌ ଉପଲ ଗତକାଲି କୋର୍ଟରେ ହାଜର ହେବାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ୫ ହଜାର ଟଙ୍କାର ବଣ୍ଡ ଦାଖଲ କରି ଜାମିନ୍‌ରେ ଖଲାସ ହୋଇଥିଲେ।

ନିର୍ବାଚନ କମିଶନଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଶ୍ରୀ ପାତ୍ର ଏବଂ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ମାମଲା ରୁଜୁ କରିଥିଲା।

ଅକ୍ଟୋବର ୨୭ରେ ଶ୍ରୀ ପାତ୍ର ଭୋପାଲର ଏମ୍‌ପି ନଗର ଅଞ୍ଚଳରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତେବେ ୨୮ ତାରିଖରେ ନିର୍ବାଚନ ଥିବାରୁ ଏଭଳି ସାମ୍ବାଦିକ ସମ୍ମିଳନୀ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।



from Odisha Reporter http://bit.ly/2EX34Ke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages