ମହାରଥୀଙ୍କ ବହିଷ୍କାର ଦାବିରେ ମହମବତି ଶୋଭାଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ମହାରଥୀଙ୍କ ବହିଷ୍କାର ଦାବିରେ ମହମବତି ଶୋଭାଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିପିଲି ଗଣଦୁଷ୍କର୍ମ ମାମଲାରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ତୀବ୍ର ବିରୋଧ କରି ବିଜେପି ପକ୍ଷରୁ ତାଙ୍କର ବହିଷ୍କାର ଦାବି କରାଯାଇଛି। ଆଜି ସନ୍ଧ୍ୟାରେ ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଆୟୋଜନ କରାଯାଇ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ବହିଷ୍କାର ଓ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି ହୋଇଛି। ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଶ୍ରୀ ପଟେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

ଗୋଟିଏପଟେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମ୍ମାନ ସ୍ଲୋଗାନ ସହିତ ସେମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ଅନ୍ୟପଟେ ବରିଷ୍ଠ ମନ୍ତ୍ରୀ ଶ୍ରୀ ମହାରଥୀଙ୍କର ଦୁଷ୍କର୍ମ ପୀଡିତାଙ୍କ ପ୍ରତି ଏଭଳି ମନ୍ତବ୍ୟ ସରକାରଙ୍କ ଅସଲ ଚରିତ୍ରକୁ ଦର୍ଶାଉଛି ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।ଏହି ଶୋଭାଯାତ୍ରାରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରି,ପିଙ୍କି ପ୍ରଧାନ, ଐଶ୍ୱର୍ଯ୍ୟା ବିଶ୍ୱାଳ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର, ଜିଲ୍ଲା ସଂପାଦିକା ଉନ୍ନତି ପରିଡା, ସୁବାସିନୀ ପୃଷ୍ଟି, କବିତା ଲେଙ୍କା, ଛବି ମଲ୍ଲିକ, ପ୍ରଗତି ରଥ, ନିଲୁ ଜେନା, ସୁନିତା ପତି,ମାନସୀମଞ୍ଜରୀ ରାୟ ପାଢ଼ୀଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ ।



from Odisha Reporter http://bit.ly/2LC6lit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages