ବିଜେଡି ସାଂସଦକୁ କ’ଣ ସାତ ଖୁଣ ମାଫ୍? ବେଆଇନ ଭାବେ ‘ସେସୁ’ ଖୁଣ୍ଟିରେ କେବୁଲ ଟାଣି ବ୍ୟବସାୟ ଚଳାଇଛି ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ବିଜେଡି ସାଂସଦକୁ କ’ଣ ସାତ ଖୁଣ ମାଫ୍? ବେଆଇନ ଭାବେ ‘ସେସୁ’ ଖୁଣ୍ଟିରେ କେବୁଲ ଟାଣି ବ୍ୟବସାୟ ଚଳାଇଛି ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ଚାଲିଛି ବେଆଇନ କାମ। ଖୁଲମ୍‌ଖୁଲା ଆଇନ୍‌ ଉଲ୍ଲଙ୍ଘନ କରୁଛି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍’। କେବଳ ଭୁବନେଶ୍ୱର ନୁହେଁ, କଟକ ସହରର ଗଳିକନ୍ଦିରେ ଖୁଣ୍ଟରୁ ଖୁଣ୍ଟକୁ ଜାଲ ପରି ବିଛାଯାଇଛି କେବୁଲ ତାର। ୨୦୧୬ରୁ ସଂସ୍ଥା ବେଆଇନ ଭାବେ ସେସୁର ବିଦ୍ୟୁତ୍ ଖୁଣ୍ଟରେ କେବୁଲ ଟାଣିବା ସହ ବିଦ୍ୟୁତ୍ ବ୍ୟବହାର କରି ଯୋଗାଉଛି କେବୁଲ ସେବା।

ଓଡ଼ିଶା ରିପୋର୍ଟର ଅନୁସନ୍ଧାନ ଅନୁଯାୟୀ, କେବୁଲ୍ ବ୍ୟବସାୟ ପାଇଁ ଅର୍ଥାତ ବିଦ୍ୟୁତ୍ ଖୁଣ୍ଟରେ ତାର ଟାଣିବା ଓ ବିଦ୍ୟୁତ୍ ବ୍ୟବହାର ପାଇଁ ‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍’ ସେସୁଠାରୁ ଅନୁମତି ନେଇନାହିଁ କି କୌଣସି ଚୁକ୍ତି ମଧ୍ୟ କରିନାହିଁ। ଏହାସତ୍ତ୍ୱେ ବେଆଇନ୍‌ ଭାବେ କେବୁଲ୍ ବିଛାଇଛି ଏହି ସଂସ୍ଥା। ତେଣୁ କେଉଁ ଆଧାରରେ ଓ କିଭଳି ସରକାରୀ ପୃଷ୍ଠପୋଷକତାରେ ‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍’ ଏଭଳି ବେଆଇନ ଭାବେ କେବୁଲ୍ ବିଛାଇ ବ୍ୟବସାୟ ଚଳାଇଛି, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ତେବେ ଉଭୟ ସୌମ୍ୟରଂଜନ ଓ କମ୍ପାନୀ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ମାନିବାକୁ ନାରାଜ।

ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, “ଯାହାଠାରୁ ଅନୁମତି ପାଇବାର ଅଛି, ତାହା ପାଖରେ ଆବେଦନ କରୁ। ଅନୁମତି ମିଳିବା ପରେ ତାର ଟାଣୁ। ଏଥିପାଇଁ ମୋର ଲାଇସେନ୍ସ ରହିଛି। ଯଦି ବେଆଇନ୍‌ ହୋଇଛି, ତାହାହେଲେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।”

‘ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌’ର ବେଆଇନ କାମ ସଂପର୍କରେ ପଚରାଯିବାରୁ ‘ସେସୁ’ର ବୈଷୟିକ ମୁଖ୍ୟ କୌଣସି ଉତ୍ତର ଦେଇନଥିଲେ। ‘ସେସୁ’ର ବ୍ୟବସାୟିକ ବିଭାଗ ଏ ବିଷୟରେ ଜାଣିଥିବ ବୋଲି କହି ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଏପଟେ ସମସ୍ତ ଅଭିଯୋଗର ତଦନ୍ତ କରି ଦୋଷୀଙ୍କଠୁ ଫାଇନ୍ ଆଦାୟ ଲାଗି ଦାବି କରିଛି ଉପଭୋକ୍ତା ମହାସଂଘ।

ସେପଟେ ରାଜ୍ୟର ପ୍ରତିଷ୍ଠିତ କେବୁଲ୍ ସେବା ପ୍ରଦାନକାରୀ ସଂସ୍ଥା ‘ଅରଟେଲ୍’ କର୍ତ୍ତୃପକ୍ଷ ଯୁକ୍ତି ବାଢ଼ିଛନ୍ତି, କମ୍ପାନୀ ଆଇନଗତ ଭାବେ ‘ସେସୁ’ ସହ ଚୁକ୍ତି କରି କେବୁଲ୍ ବ୍ୟବସାୟ କରୁଛି। ଖୁଣ୍ଟରେ ତାର ଟାଣିବା ଓ ବିଦ୍ୟୁତ ବ୍ୟବହାର ନେଇ କମ୍ପାନୀକୁ ‘ଓରଟେଲ୍’ କୋଟି କୋଟି ଟଙ୍କା ଦେଉଛି। ହେଲେ ଏବେ ବିଭିନ୍ନ ଆଳ ଦେଖାଇ ସରକାରଙ୍କ ପକ୍ଷରୁ ‘ଓରଟେଲ୍‌’କୁ ହଇରାଣ କରାଯାଉଥିବା ନଜରକୁ ଆସିଛି।

ଗତ ଏପ୍ରିଲ ମାସରେ ସ୍ଥାନୀୟ ପ୍ରଶାସନ ବ୍ରହ୍ମପୁର ‘ଅରଟେଲ୍’ ଅଫିସକୁ ସିଲ୍ କରିଥିଲା। ତେବେ କୋର୍ଟଙ୍କ ରାୟ ପରେ ସିଲ୍ ଖୋଲିବାକୁ ବାଧ୍ୟ ହୋଇଥିଲା। ଏସବୁ ଘଟଣାରୁ ‘ଅରଟେଲ୍’ ବିରୁଦ୍ଧରେ କେଉଁଠି ନା କେଉଁଠି ରାଜନୈତିକ ଅଭିସନ୍ଧି ରଖି କାର୍ଯ୍ୟ କରାଯାଉଥିବା କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି।

ଅରଟେଲ୍ କମ୍ୟୁନିକେସନ ଲିମିଟେଡ୍ ଡିଜିଏମ୍‌ ବିଜୟ କୁମାର ସ୍ୱାଇଁ କହିଛନ୍ତି, “କିଛି କେବୁଲ ଅପରେଟର ଅଛନ୍ତି, ଯେଉଁମାନେ କିଛି ଚୁକ୍ତି ନକରି ବିଦ୍ୟୁତ ଖୁଣ୍ଟରେ ବେଆଇନ୍‌ ଭାବେ ତାର ଟୁଣୁଛନ୍ତି। ହୁକିଂ କରି ତାଙ୍କର ପିଏସ୍‌ଓ ଓ ଆମ୍ଲିଫାୟାର୍‌ ଚଲାଉଛନ୍ତି। ଏପରି ଅନିୟମିତତା ହେଉଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। କିନ୍ତୁ ଆମକୁ ଅନ୍ୟାୟ ଭାବେ ହଇରାଣ କରୁଛନ୍ତି।”



from Odisha Reporter http://bit.ly/2rZu1Ex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages