ରାମଦେବଙ୍କ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ଦେବ ଲାଭାଂଶ, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ରାମଦେବଙ୍କ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ଦେବ ଲାଭାଂଶ, ଜାଣନ୍ତୁ କାହିଁକି

ନୈନୀତାଲ: ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ଏକ ଅଭିନବ ରାୟ ଅନୁଯାୟୀ ରାମଦେବଙ୍କ କମ୍ପାନୀ ଦିବ୍ୟ ଫାର୍ମାସି ସ୍ଥାନୀୟ ଚାଷୀ ଏବଂ ଲୋକଙ୍କୁ ମଧ୍ୟ ଲାଭାଂଶ ପ୍ରଦାନ କରିବ।

ଜୈବ ବିବିଧତା ଆଇନ ୨୦୦୨ ଅନୁଯାୟୀ ଉତ୍ତରାଖଣ୍ଡ ଜୈବ ବିବିଧତା ବୋର୍ଡ (ୟୁବିବି) ବିରୋଧରେ ଦିବ୍ୟ ଫାର୍ମାସି ଦାୟର କରିଥିବା ପିଟିସନ୍‌ ବିରୋଧରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ‘fair and equitable benefit-sharing’ ବ୍ୟବସ୍ଥାକୁ ମଧ୍ୟ କାଏମ ରଖିଛନ୍ତି।

ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ଦେଇଥିବା ଏହି ରାୟରେ କହିଛନ୍ତି ଆୟୁର୍ବେଦିକ ଏବଂ ତତ୍‌ସମ୍ପର୍କିତ ଉତ୍ପାଦରେ ଜୈବସମ୍ପଦ ବିଶେଷ ଉପାଦାନ ଭାବରେ ବ୍ୟବହୃତ ହୁଏ। ତେଣୁ ଦିବ୍ୟ ଫାର୍ମାସି ୪୨୧ କୋଟି ଲାଭରୁ ୨ କୋଟି ସ୍ଥାନୀୟ ଚାଷୀମାନଙ୍କ ପାଇଁ ଖର୍ଚ୍ଚ କରିବା ଆବଶ୍ୟକ।

ଏହା ପୂର୍ବରୁ ୟୁବିବି ପକ୍ଷରୁ ଦିବ୍ୟ ଫାର୍ମାସିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଏହା କୃଷକ ଏବଂ ସ୍ଥାନୀୟ ଲୋକଙ୍କୁ କିଛି ଲାଭାଂଶ ଦେବ, ଯାହାକି ଜୈବ ବିବିଧତା ଆଇନରେ ଉଲ୍ଲେଖ ରହିଛି। କିନ୍ତୁ ଏହାକୁ ଫାର୍ମାସି ମାନିନଥିଲା ଏବଂ କହିଥିଲା ୟୁବିବିର ଏହି କ୍ଷମତା ନାହିଁ।



from Odisha Reporter http://bit.ly/2CEfTGV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages