ତାଗିଦ ପରେ ଅମରିନ୍ଦର ସିଂହଙ୍କୁ ପ୍ରଶଂସା କଲେ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ତାଗିଦ ପରେ ଅମରିନ୍ଦର ସିଂହଙ୍କୁ ପ୍ରଶଂସା କଲେ ସିଦ୍ଧୁ

ନୂଆଦିଲ୍ଲୀ: କ୍ରିକେଟର୍‌ରୁ ରାଜନେତା ବନିଥିବା ନଭଜୋତ ସିଂହଙ୍କୁ ନେଇ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱକୁ ସିଦ୍ଧୁ ମାନୁ ନଥିବା କହିଥିବାରୁ ଏହାକୁ ନେଇ ଦଳ ମଧ୍ୟରୁ ବିରୋଧାଭାଷ ଦେଖିବାକୁ ମିଳିଥିଲା।

ତେବେ ଏହି ବିବାଦ ପରେ ସିଦ୍ଧୁ ଶେଷରେ ନିଜର ଭୁଲ ସ୍ୱୀକାର କରିବା ସହ ଅମରିନ୍ଦର ସିଂହ ତାଙ୍କ ‘ବାପାଙ୍କ ଭଳି’ ବୋଲି କହିଛନ୍ତି।

ରାଜସ୍ଥାନର ଏକ ନିର୍ବାଚନ ସମାବେଶରେ ଉଦ୍‌ବୋଧନ ଦେଇ ସିଦ୍ଧୁ କହିଛନ୍ତି, କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ହେଉଛନ୍ତି ମୋ ପିତୃତୁଲ୍ୟ ବ୍ୟକ୍ତି। ମୁଁ ତାଙ୍କୁ ଭଲ ପାଏ। ସମ୍ମାନ ଦିଏ। ଆମ ଭିତରେ ଯାହା ବି ସମସ୍ୟା ସୃଷ୍ଟି ହୋଇଛି, ଆମେ ଏକାଠି ତା’ର ସମାଧାନ କରିବୁ।”

ପୂର୍ବରୁ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କୁ ନିଜର କ୍ୟାପ୍ଟେନ୍‌ ଭାବେ ଗ୍ରହଣ କରିବାକୁ ମନା କରିଥିବା ସିଦ୍ଧୁ, ହଠାତ୍‌ କାହିଁକି ଏଭଳି ମତ ପରିବର୍ତ୍ତନ କଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ କଂଗ୍ରେସର ମୁଖ୍ୟ ହେଉଛନ୍ତି କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ତେଣୁ ତାଙ୍କ ବିରୋଧରେ ନ କହିବାକୁ ଦଳର ବରିଷ୍ଠ ନେତାମାନେ ସିଦ୍ଧୁଙ୍କୁ ତାଗିଦ କରିଥିଲେ। ଏପରି ଯଦି ସିଦ୍ଧୁ କ୍ୟାପ୍ଟେନ୍‌ଙ୍କ ବିରୋଧରେ ମତ ଦିଅନ୍ତି, ତା’ହେଲେ ତାଙ୍କୁ ମନ୍ତ୍ରୀ ପଦରୁ ବାହାର କରି ଦିଆଯିବ ବୋଲି ମଧ୍ୟ ଦଳ ପକ୍ଷରୁ ତାଙ୍କୁ ସତର୍କ କରାଯାଇଥିଲା। ଏହି ଚରମବାଣୀ ପରେ ସିଦ୍ଧୁ ୟୁ-ଟର୍ଣ୍ଣ ନେଇଛନ୍ତି।

ମନା କରାଯିବା ସତ୍ତ୍ୱେ ସିଦ୍ଧୁ ପାକିସ୍ତାନ ଗସ୍ତ କରିଥିବାରୁ ତାକୁ ନେଇ ଅମରିନ୍ଦରଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା।



from Odisha Reporter https://ift.tt/2KPEiMm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages