“ମୋ ଭାରତ ମହାନ, ମୋ ମ୍ୟାଡାମ୍‌ ମହାନ୍‌” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

“ମୋ ଭାରତ ମହାନ, ମୋ ମ୍ୟାଡାମ୍‌ ମହାନ୍‌”

ନୂଆଦିଲ୍ଲୀ: ପାକିସ୍ତାନରେ ୬ ବର୍ଷର ବନ୍ଦୀ ଜୀବନ କଟାଇ ଭାରତ ଫେରିବାପରେ ହମିଦ୍‌ ଅନ୍‌ସାରୀ ଏବଂ ତାଙ୍କ ମା ବୁଧବାର କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି। ଏହି ଅବସରରେ ତାଙ୍କ ମୁକ୍ତି ପାଇଁ ସ୍ୱରାଜଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।

ମଙ୍ଗଳବାର ସେ ୱାଘା ବର୍ଡର ଦେଇ ଭାରତ ଫେରିଥିଲେ ଏବଂ ଏହାପୂର୍ବରୁ ପେଶାୱାର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ।

ତେବେ ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇବା ଅବସରରେ ଅନ୍‌ସାରୀଙ୍କ ମା ଫୌଜିଆ କହିଛନ୍ତି, “ମୋ ଭାରତ ମହାନ, ମୋ ମ୍ୟାଡାମ୍‌ ମହାନ୍‌, ସବୁ କିଛି ମ୍ୟାଡାମ୍‌ ହିଁ କରିଛନ୍ତି।” ସେ ଏପରି କହୁଥିବା ଏକ ଭିଡିଓ ମଧ୍ୟ ରହିଛି। ଯେଉଁଥିରେ ଫୌଜିଆ ଏପରି କହୁ କହୁ ସ୍ୱରାଜଙ୍କୁ ଆଲିଙ୍ଗନ କରୁଛନ୍ତି।

ଅନ୍‌ସାରୀ ପୂର୍ବରୁ କହିଥିଲେ, “ଘରକୁ ଫେରି ମୁଁ ଖୁବ୍‌ ଆନନ୍ଦିତ। ମୁଁ ଏବେ ଆବେଗପ୍ରବଣ ହୋଇଯାଉଛି।”

ଅନ୍ୟପକ୍ଷରେ ତାଙ୍କ ବାପା ନେହାଲ କହିଥିଲେ, ଲାଗୁଛି ସତେ ଯେମିତି ହମିଦ୍‌ ନୂଆ ଜୀବନ ପାଇଛି। ପୁଅ ନିଖୋଜ ହେବାପରଠାରୁ କୌଣସି ଉତ୍ସବ ମନାଇନଥିଲୁ, କିନ୍ତୁ ଆଜି ଆମପାଇଁ ଉତ୍ସବର ଦିନ।



from Odisha Reporter https://ift.tt/2EtHpZc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages