
ଜଳେଶ୍ୱର(ଅଜିତ ଦାସ): ଦୁଇ ସମ୍ପର୍କୀୟ ଭାଇ ଖେଳୁଥିବା ବେଳେ ପୋଖରୀରେ ପଡ଼ିଯିବା ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଅଘଟଣ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୋପୀନାଥପୁରର ନାରଣପୁର ଗାଁରେ ଘଟିଛି।
ଆଜି ଅପରାହ୍ନ ଗୋଟାଏ ବେଳେ ଗୋପୀନାଥପୁରର ନାରଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ରଞ୍ଜନ(୩) ଓ ବାସୁଦେବ ସାହୁଙ୍କ ପୁଅ ରାଜକୁମାର(୪) ଘର ପାର୍ଶ୍ୱ ପୋଖରୀ ପାଖରେ ଖେଳୁଥିଲେ। ଅସାବଧାନତା ଯୋଗୁ ସେମାନେ ପୋଖରୀରେ ପଡ଼ି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପିଲାଙ୍କ ପତ୍ତା ପାଇନଥିଲେ। ମନରେ ସନ୍ଦେହ ହେବାରୁ ପୋଖରୀରେ ଖୋଜିବାରୁ ଦୁଇ ଶିଶୁଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2rN44rP
No comments:
Post a Comment