ଆସନ୍ତା ନିର୍ବାଚନ ସରକାରଙ୍କୁ ଜବାବ ମାଗିବାର ନିର୍ବାଚନ ହେବ: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ଆସନ୍ତା ନିର୍ବାଚନ ସରକାରଙ୍କୁ ଜବାବ ମାଗିବାର ନିର୍ବାଚନ ହେବ: ଧର୍ମେନ୍ଦ୍ର

ଜଳେଶ୍ୱର/ରାଜକନିକା (ଓଡ଼ିଶା ରିପୋର୍ଟର): ଓଡିଶାର ଆଗାମୀ ନିର୍ବାଚନ ଓଡ଼ିଆ ଲୋକଙ୍କ ପାଇଁ ଜବାବ ମାଗିବାର ନିର୍ବାଚନ ହେବ ବୋଲି ବାଲେଶ୍ୱର ଜିଲା ଭୋଗରାଇ ଓ କେନ୍ଦ୍ରାପଡାର ଓଳାଭର ଠାରେ ଜନପରାମର୍ଶ ପଦଯାତ୍ରା ଓ ସାଧାରଣ ସଭାକୁ ଉଦବୋଧନ ଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେ ପର୍ଯ୍ୟନ୍ତ ଓଡ଼ିଆ ଲୋକମାନେ ହକ ପାଇଁ ଏକ୍ ହେବେ ନାହିଁ, ୧୯ ବର୍ଷ ଧରି ଶାସନରେ ଥିବା ଲୋକମାନେ ଜନସେବା ବଦଳରେ ଓଡିଶାକୁ ନିଜର ଜାଗିର ଓ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବି ଚାଲିଥିବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଶାସନରେ ସ୍ଥାଣୁତା, ଭ୍ରଷ୍ଟାଚାର, ଶିକ୍ଷାର ଅବ୍ୟବସ୍ଥା ଓ ସମ୍ବେଦନହୀନତାରୁ ମୁକ୍ତ କରି ରାଜ୍ୟକୁ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ସମୃଦ୍ଧଶାଳୀ କରି ନୂଆ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାକୁ ପଡ଼ିବ। ଏ ସରକାର ଦୃର୍ନୀତିରେ ବୁଡ଼ି ରହିଛନ୍ତି କିନ୍ତୁ ସେମାନଙ୍କ ଦୁର୍ନୀତି କଥା କହିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ଚେଲାଚପାତି ଓ ବଚସ୍କରମାନଙ୍କୁ କଷ୍ଟ ହେଉଛି। ୧୯ ବର୍ଷ ଧରି ଅହଂକାରରେ ଥିବା ସରକାର ବିରୋଧରେ ଏହି ଜନପରାମର୍ଶ ପଦଯାତ୍ରା ଉଦ୍ଦିଷ୍ଟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୦-୧୫ ଦିନ ହେଲା ଗୋଟିଏ ପ୍ରଶ୍ନ ସାରା ଓଡିଶାବାସୀଙ୍କୁ ସ୍ତମ୍ଭୀଭୂତ କରିଛି । ଗୁଡ୍ ନ୍ୟୁଜ ଇଣ୍ଡିଆ ନାମକ ଏକ ସଂସ୍ଥା ବାଳାଶ୍ରମ ଚଳାଇବା ନାଁରେ ଅନ୍ତେବାସୀ ମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ। କେବଳ ସେତିକି ନୁହେଁ, ଓଡିଶାର ଛୁଆଙ୍କୁ ବିକ୍ରି କରୁଥିଲେ। ଓଡିଶାରେ ଧର୍ମ ପରିବର୍ତ୍ତନ ସଂକ୍ରାନ୍ତ କଡ଼ା ନିୟମ ଥିବାବେଳେ ରାଜ୍ୟରେ ଧର୍ମାନ୍ତରୀକରଣ ଚାଲିଛି । ଏନେଇ ଜାତୀୟ ଶିଶୁ ଅଧିକାର ବୋର୍ଡ ବର୍ଷେ ତଳେ ରାଜ୍ୟ ସରକାରଙ୍କୁ ଜଣାଇଥିବା ବେଳେ ମନ୍ତ୍ରୀ କହୁଛନ୍ତି ଆମେ ଜାଣିନାହୁଁ। କଳାପାହାଡ଼ ରୂପୀ ଦଳେ ଲୋକ ଓଡିଶାକୁ ଲୁଟି ଚାଲିଥିବା ବେଳେ ଓଡିଶାକୁ ୧ ନମ୍ବର କରିଥିବାର ମିଛ ବାହାବା ମାରୁଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତୁି ଯେ, ଭୋଗରାଇ ଅଞ୍ଚଳରେ ଜନସାଧାରଣଙ୍କ ସହିତ କଥା ହେଲା ବେଳେ ତୃଣମୂଳ ସ୍ତରର ଦୁର୍ନୀତିର ପ୍ରସଙ୍ଗ ସାଧାରଣ ଲୋକ ଉଠାଉଛନ୍ତି । ୭୫ ବର୍ଷର ବୃଦ୍ଧା ହାତଗୁଂଜା ନ ଦେବାରୁ ଭତ୍ତା ପାଇନାହିଁ। ଗରିବ ମା ବଢ଼ିଲା ଝିଅକୁ ଧରି କୁଡ଼ିଆରେ ପଡ଼ିଛି , ହେଲେ ଲାଞ୍ଚ ନଦେବାରୁ ଘର ମିଳୁନି। ଆମ ଗାଁ ଆମ ବିକାଶ ଯୋଜନାରେ ଟଙ୍କା ତ ବଣ୍ଟା ହେଉଛି ମାତ୍ର ଏ କ୍ଷେତ୍ରରେ ସ୍ଥାନୀୟ ଯୁବକ ତା ସହିତ ଧୋକା ହେଉଥିବାର ଅଭିଯୋଗ କରୁଛି। କ’ଣ କାମ ହେଉଛି, କିଏ କାମ ପାଉଛି ତାକୁ ଜଣାନାହିଁ। କାମ କରି ଦି ପଇସା ରୋଜଗାର କରିବାରୁ ସେ ବଞ୍ଚିତ
ହେଉଛି। ସେହିପରି ସରକାରୀ ପ୍ରୋତ୍ସାହନରେ ଚିଟଫଣ୍ଡ କମ୍ପାନୀ ମାନେ ଓଡିଆଙ୍କ ଅର୍ଥ ଲୁଟ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ପିଠା ଯୋଜନାକୁ ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ କଙ୍କଣ ଉପାଖ୍ୟାନ ବୋଲି କହିଛନ୍ତି। ବିନା ଲାଞ୍ଚରେ କିଛି ହୋଇପାରୁନି। ଯୁବକ ବେକାର, ମହିଳା ଅସୁରକ୍ଷିତ ଓ ଚାଷୀ ସବୁଠାରୁ ବଡ଼ ସମସ୍ୟା ମଧ୍ୟରେ ରହିଛି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସବୁଘରେ ବିଜୁଳି ଓ ପାଇଖାନା ପାଇଁ ମୋଦି ସରକାର ଟଙ୍କା ପଠାଇଛନ୍ତି ମାତ୍ର ଓଡ଼ିଆ ଲୋକମାନେ ବିନା ବିଜୁଳି ଓ ବିନା ପାଇଖାନାରେ କାହିଁକି ଅଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ଭାରତ ସରକାରଙ୍କ ଜନସେବାକାରୀ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଇର୍ଷା କାରଣରୁ ଲାଗୁ କଲେନାହିଁ । ଯାହାଦ୍ୱାରା ସାଧାରଣ ଓଡିଆ ଲୋକଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଲେ ବୋଲି ସେ କହିଛନ୍ତିା



from Odisha Reporter https://ift.tt/2LfC3C1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages