ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ତ୍ରିକୋଣୀୟ ପ୍ରେମ ସନ୍ଦେହ: ଏସିଡ୍‌ ମାଡ଼ କଲେ ସ୍ତ୍ରୀ, ସ୍ୱାମୀ ଖସିଗଲେ, ମହିଳାଙ୍କ ମୁହଁରେ ପଡ଼ିଲା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଆଜି ଘଟିଚି ଏକ ଅଭାବନୀୟ ଘଟଣା। ସ୍ୱାମୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି ସ୍ତ୍ରୀ। ସୌଭାଗ୍ୟବଶତଃ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ସ୍ୱାମୀଙ୍କ ସହିତ ଆସୁଥିବା ଜଣେ ମହିଳା ଓ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ।

ପୂରା ଘଟଣାଟି ଏହିପରି। ରାଉରକେଲା ନିକଟ ବନ୍ଧମୁଣ୍ଡା ଅଞ୍ଚଳର ମନି ଚିରାଇ ଓ କିଷାନ୍‌ ଚିରାଇ ଉଭୟ ପତି-ପତ୍ନୀ। ମନି ଅନେକ ସମୟରେ କିଷାନଙ୍କ ଚରିତ୍ରକୁ ନେଇ ସନ୍ଦେହ କରନ୍ତି। ଅଭିଯୋଗ କରନ୍ତି ଯେ, କିଷାନଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରହିଛି। ଏହାକୁ ନେଇ ଉଭୟଙ୍କ ଭିତରେ ସବୁବେଲେ ମତମତାନ୍ତର ଓ କଲିଝଗଡ଼ା ଲାଗି ରହିଥିଲା।

ତେବେ ଆଜି ଚନ୍ଦ୍ରକାନ୍ତି ମହାରଣା ନାମକ ଜଣେ ମହିଳାଙ୍କ ସହିତ କିଷାନ ରାଉରକେଲା ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଆସୁଥିଲେ। ଏହା ଦେଖି ମନି ଏକ ସିରିଞ୍ଜରେ ସେମାନଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ। ଫଳରେ ଚନ୍ଦ୍ରକାନ୍ତିଙ୍କ ମୁହଁ, ଆଖି, ପାଟି ଓ ଶରୀରର ଆଉକିଛି ସ୍ଥାନରେ ଏସିଡ୍‌ ପଡ଼ିଯାଇଥିଲା। ଏପରିକି ସେହି ରାସ୍ତାରେ ଯାଉଥିବା ଅନ୍ୟଜଣେ ବ୍ୟକ୍ତିଙ୍କ ଦେହରେ ମଧ୍ୟ ଏସିଡ୍‌ ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ମାମଲାରେ ପୁଲିସ ଏସିଡି ଫିଙ୍ଗିଥିବା ଅଭିଯୁକ୍ତ ମହିଳା ମନି ଚିରାଇଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2ECE0If

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages