ଲାଞ୍ଚ ନେଇ ଜାଲରେ ପଡ଼ିଲେ ଏଡିଏମ୍‌ଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଲାଞ୍ଚ ନେଇ ଜାଲରେ ପଡ଼ିଲେ ଏଡିଏମ୍‌ଓ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍‌ଓ ଉଷାରାଣୀ ଦାସ। ହସ୍ପିଟାଲ୍‌ର ସିଭିଲ୍‌ କାମର ବିଲ୍‌ ପାସ୍‌ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫୦୦୦ ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ଦେବରାଜ ଆଜି ଉଷାରାଣୀଙ୍କୁ ମେଡିକାଲ୍‌ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଏହାଛଡ଼ା ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ପରେ ଭିଜିଲାନ୍ସର ଏକ ଟିମ୍‌ ଉଷାରାଣୀଙ୍କ ଘରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2S89s4m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages