
ମୁମ୍ବାଇ: ଆଇପିଏଲ୍ର ୧୨ତମ ସଂସ୍କରଣ ପାଇଁ ନୀତା ଅମ୍ବାନିଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଏବେଠାରୁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଦଳ ଟିମ୍ ଇଣ୍ଡିଆର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଜାହିର ଖାନ୍ଙ୍କୁ ଡାଇରେକ୍ଟର ଅଫ୍ କ୍ରିକେଟ ଅପରେସନ ଭାବେ ନିଯୁକ୍ତି ଦେଇଛି। ଏହି ନୂଆ ନିଯୁକ୍ତି ପାଇବା ପରେ ଜାହିର ଆଜି ଜୟପୁରରେ ହେଉଥିବା ଆଇପିଏଲ୍ ଖେଳାଳି ନିଲାମରେ ମଧ୍ୟ ଉପସ୍ଥିତ ରହି ସବୁ ପ୍ରକାରର ତଦାରଖ କରିଛନ୍ତି।
ଜାହିର ଖାନ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୨୦୦୯, ୨୦୧୦ ଏବ ୨୦୧୪ରୁ ପ୍ରତିନିଧିତ୍ୱ କରିଥିଲେ। ସେ ୩୦ଟି ମ୍ୟାଚ୍ ଖେଳି ମୁମ୍ବାଇ ପାଇଁ ୨୯ଟି ୱିକେଟ୍ ଦଖଲ କରିଛନ୍ତି। ଏହି ନୂଆ ନିଯୁକ୍ତି ପାଇଁ ସେ ମୁମ୍ବାଇ ଇଣ୍ଡିଆର ମାଲିକ ନୀତା ଓ ଆକାଶ ଅମ୍ବାନିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
from Odisha Reporter https://ift.tt/2EukpcA
No comments:
Post a Comment