ଉନାଡକତ ପୁଣି ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଉନାଡକତ ପୁଣି ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି

ଜୟପୁର: ବାମହାତୀ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଡକତ ପୁଣି ଥରେ ଆଇପିଏଲ୍‌ର ସବୁଠାରୀ ଦାମୀ ଭାରତୀୟ ଖେଳାଳି ହେବାର ରେକର୍ଡ କରିଛନ୍ତି। ଆଜି ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନିଲାମ ପ୍ରକ୍ରିୟାରେ ତାଙ୍କୁ ନେବା ପାଇଁ ସବୁ ଫ୍ରାଞ୍ଚାଇଜିମାନେ ଆଗ୍ରହ ପ୍ରକାଶ କରିଥିଲେ।

ତେବେ ସମସ୍ତଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲସ୍‌ ଉନାଡକତଙ୍କୁ ୮.୪ କୋଟି ଟଙ୍କାରେ କିଣିଛି। ତାଙ୍କ ବେସ୍‌ ପ୍ରାଇସ୍‌ ବା ମୂଳଦର ୧.୫ କୋଟି ଟଙ୍କା ଥିଲା। ଗତଥର ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୧.୫ କୋଟି ଟଙ୍କାରେ କିଣିଥିଲା।

ସେହିପରି ମୋହିତ ଶର୍ମାଙ୍କୁ ଚେନ୍ନାଇ ୫ କୋଟି ଟଙ୍କାରେ କିଣିଛି। ତାଙ୍କର ମୂଳଦର ୫୦ ଲକ୍ଷ ଥିଲା। ମହମ୍ମଦ ଶାମିଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ୪.୮ କୋଟିରେ କିଣିଥିବା ବେଳେ ଇଶାନ୍ତ ଶର୍ମାଙ୍କୁ ୧.୧ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି।

ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ମୁମ୍ବାଇ ପୁଣି ୨ କୋଟି ଟଙ୍କାର ମୂଳଦରରେ ନିଜ ପାଖରେ ରଖିଛି। ବରୁନ ଆରୋନଙ୍କୁ ରାଜସ୍ଥାନ ରୟାଲ୍ସ ୨.୪ କୋଟିରେ ନିଜ ପାଖକୁ ଆଣିଛି। ସ୍ପିନର ରାହୁଲ ଶର୍ମା ଏବଂ ଆଡାମ ଝାମ୍ଫାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି। ଏମାନଙ୍କ ମୂଳଦର ଯଥାକ୍ରମେ ୫୦ ଲକ୍ଷ ଓ ୧ କୋଟି ରହିଥିଲା।

 



from Odisha Reporter https://ift.tt/2Bu5EDp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages