ଯୁବରାଜଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ସ୍ୱାଗତ କଲେ ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ଯୁବରାଜଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ସ୍ୱାଗତ କଲେ ରୋହିତ

ମୁମ୍ବାଇ: ଟି୨୦ ଆରମ୍ଭ ସମୟରେ ଏହି ଫର୍ମାଟ୍‌ରେ ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ କୁହାଯାଉଥିବା ଯୁବରାଜ ସିଂହ ଶେଷରେ ଅଇପିଏଲ୍‌ରେ ଖେଳିବା ନେଇ ନିଶ୍ଚିତ ହୋଇଛି। କିନ୍ତୁ ଏଥର ସେ ବହୁଦିନ ଧରି ପ୍ରତିନିଧିତ୍ୱ କରୁଥିବା କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ତାଙ୍କୁ ରଖିବାକୁ ଆଗ୍ରହୀ ନହେବାରୁ ସେ ନିଲାମୀରେ ଭାଗ ନେବାପରେ ତାଙ୍କ ମୂଳ ଦରରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି।
ଗତ ଥର ସେ ମାତ୍ର ୮ଟି ମ୍ୟାଚ୍‌ ଖେଳିଥିଲେ ଏବଂ ମୋଟ ୬୫ ରନ୍‌ ସ୍କୋର କରିଥିଲେ।

ତେବେ ଭାରତୀୟ କ୍ରିକେଟ୍‌ ଦଳରେ ବହୁଥର ତାଙ୍କ ସାଥ୍‌ ଦେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶାର୍ମା ଏଥର ତାଙ୍କର ଆଇପିଏଲ୍‌ ସାଥୀ ହେବେ। ତେବେ ଏହି ମିଳନ ପୂର୍ବରୁ ରୋହିତ ସାଥୀ ଯୁବରାଜଙ୍କୁ ଜୋରଦାର ସ୍ୱାଗତ ଜଣାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ସାହାସିକତାର ସହରକୁ ସ୍ୱାଗତ।”

ଉଭୟ ଫର୍ମ ଏବଂ ଫିଟ୍‌ନେସ୍‌ ପାଇଁ ସଂଘର୍ଷ କରୁଥିବା ଯୁବରାଜ ଗତ ଜୁନ୍‌ ମାସରେ ଶେଷ ଅନ୍ତର୍ଜାତୀୟ ଖେଳିଥିଲେ। ୨୦୧୯ ବିଶ୍ୱକପ୍‌ ଖେଳିବାନେଇ ମଧ୍ୟ ସେ ସନ୍ଦିହାନ୍‌ ଥିବାରୁ ଏହା ତାଙ୍କ ପାଇଁ ବଡ଼ ସୁଯୋଗ। ଯୁବରାଜ ମୋଟ ୧୨୮ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୪.୭୮ ହାରରେ ୨୬୫୮ ରନ୍‌ ସ୍କୋର କରିପାରିଛନ୍ତି।



from Odisha Reporter https://ift.tt/2Gs0VYn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages