
ମୁମ୍ବାଇ: କିଛି ଦିନ ଧରି ସୋଶାଲ୍ ମିଡିଆରେ ଏକ ଚର୍ଚ୍ଚା ଚାଲିଥିଲା ଯେ ବଲିଉଡ୍ ଷ୍ଟାର୍ ଶାହିଦ୍ କପୁର୍ କ୍ୟାନସର୍ରେ ପୀଡ଼ିତ। ଏବେ ଏ ସମ୍ପର୍କରେ ନିଜେ ଶାହିଦ୍ କପୁର୍ ମୁହଁ ଖୋଲିଛନ୍ତି। ଏଭଳି ଚର୍ଚ୍ଚାକୁ ‘ତୁଚ୍ଛା ଗୁଜବ’ ବୋଲି ଶାହିଦ୍ କହିଛନ୍ତି।
ଶାଦିଦ୍ ଟ୍ୱିଟ୍ କରି କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନେ ଏଭଳି ଏକ୍ଦମ୍ ବାଜେ କଥାରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ।”
ଶାହିଦ୍ଙ୍କ ଏହି ଟ୍ୱିଟ୍ ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ସୋଶାଲ୍ ମିଡିଆରେ ହେଉଥିବା ଏଭଳି ଗୁଜବ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏଭଳି ଗୁଜବ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏପରି କରିବା ମଧ୍ୟ ଠିକ୍ ନୁହେଁ ବୋଲି ଶାହିଦ୍ଙ୍କ ସମ୍ପର୍କୀୟ କହିଥିଲେ।
କିଛି ଦିନ ତଳେ ସୋଶାଲ୍ ମିଡିଆରେ ପ୍ରଚାର ହୋଇଥିଲା ଯେ ଶାହିଦ୍ କପୁର୍ ପାକସ୍ଥଳୀ କ୍ୟାନସର୍,ଷ୍ଟେଜ୍-୧ରେ ଆକ୍ରାନ୍ତ ହୋଇଛନ୍ତି।
from Odisha Reporter https://ift.tt/2C0hbf0
No comments:
Post a Comment