ଏଣିକି ରାତିରେ ମିଳିବ ଆହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଏଣିକି ରାତିରେ ମିଳିବ ଆହାର

cm-34

ଭୁବନେଶ୍ୱର/ଜୟପୁର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ରାତ୍ର ଆହାର କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ସମ୍ ଓ କଳିଙ୍ଗ ହସ୍ପିଟାଲ ପରିସରରେ ମଧ୍ୟ ଏହି ଯୋଜନା ଲାଗୁ ହୋଇଛି। ଯେଉଁଠି ରାତିରେ ୫ଟଙ୍କାରେ ଆହାର ମିଳିବ। ରାଜ୍ୟର ମୋଟ ୫୬ଟି କେନ୍ଦ୍ରରେ ରାତିରେ ଆହାର ମିଳିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଏହି କ୍ରମରେ କୋରାପୁଟ ଜିଲ୍ଲାରେ ମଧ୍ୟ ରାତ୍ର ଆହାର କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜୟପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ  ଆହାର କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ। ଏହି ଅବସରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଧ୍ୟ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ୪ଟି ସ୍ଥାନରେ ରାତ୍ର ଆହାର କେନ୍ଦ୍ର ଖୋଲା ଯାଇଛି  ।

ସୂଚନାଯୋଗ୍ୟ, ଜୟପୁରରେ ରାତ୍ର ଆହାର କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ। ପୂର୍ବରୁ ତାଙ୍କୁ ଉପେକ୍ଷା କରାଯାଇଥିବା ନେଇ ଖବର ପ୍ରସାରଣ ପରେ ସରକାରୀ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। କୋରାପୁଟ ଜୟପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତକାଲି ରାତ୍ର ଆହାର କେନ୍ଦ୍ର ଉଦ୍‌ଘାଟନ ଉତ୍ସବରେ କମଳାଙ୍କ ସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ମଧୁମିତା ନାୟକ ପ୍ରମୁଖ ଉପସ୍ଥିତି ଥିଲେ।

ଶନିବାର ଜୟପୁର ପୌର ପରିଷଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମଳା ପୂଜାରୀଙ୍କୁ ଉପେକ୍ଷା ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ପ୍ରଶାସନିକ ଅଧିକାରୀ କମଳାଙ୍କ ଘରକୁ ଯାଇ ରାତ୍ର ଆହାର କେନ୍ଦ୍ର ଉଦ୍‌ଘାଟନ କରିବାକୁ ଆମନ୍ତ୍ରଣ କରିଥିଲେ ।



from Odisha Reporter http://bit.ly/2Rr4EtJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages