ମେହୁଲ୍‌ ଭାରତ ଫେରିବେନି କହି ଦର୍ଶାଇଲେ ଏମିତି କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ମେହୁଲ୍‌ ଭାରତ ଫେରିବେନି କହି ଦର୍ଶାଇଲେ ଏମିତି କାରଣ

ନୂଆଦିଲ୍ଲୀ: କୁଖ୍ୟାତ ତଥା କୋଟିକୋଟି ଟଙ୍କାର ବ୍ୟାଙ୍କଋଣ ଠକେଇ ସହିତ ସମ୍ପୃକ୍ତ ବ୍ୟବସାୟୀ ମେହୁଲ୍‌ ଚୋକସି ଭାରତ ଫେରିବାପାଇଁ ଅମଙ୍ଗ ହେଉଥିବା ଜଣାଯାଇଛି। ଭାରତରେ ତାଙ୍କ ବିରୋଧରେ ବ୍ୟାଙ୍କ ଋଣ ଠକେଇ ଭଳି ମାମଲା ଚାଲୁ ରହିଛି। କିନ୍ତୁ ସେ ଆଣ୍ଟିଗୁଆରୁ ଭାରତ ଫେରିବାପାଇଁ ୪୧ ଘଣ୍ଟା ଲାଗିବ ଏବଂ ସେ ଅସୁସ୍ଥ ଥିବାରୁ ଆସିପାରିବେନି ବୋଲି କହିଛନ୍ତି।

କୋର୍ଟକୁ ଲିଖିତଭାବରେ ସେ ଜଣାଇଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟଙ୍କୁ ତାଙ୍କର ସ୍ୱାସ୍ଥ୍ୟଗତ ସ୍ଥିତି ବାବଦରେ ଜଣାଉନାହିଁ। ଏପରିକି ସେ ବକେୟା ଶୁଝିବା ପାଇଁ ବ୍ୟାଙ୍କମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେ ବାବଦରେ କୋର୍ଟଙ୍କୁ କୁହାଯାଇନି। ସେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତଦନ୍ତରେ ସହଯୋଗ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି।

କୋର୍ଟ ମେହୁଲଙ୍କୁ ପଳାତକ ଘୋଷଣା କରୁ ବୋଲି ଇଡି ଦାବି କରିଆସୁଛି। ଗତବର୍ଷ ଜାନୁଆରୀ ୧୫ରେ ହିଁ ମେହୁଲ ଆଣ୍ଟିଗୁଆ ଏବଂ ବର୍‌ବୁଡା ନାଗରିକତ୍ୱ ହାସଲ କରିବା ପରେ ସିବିଆଇ ସେହିମାସ ୨୯ ତାରିଖରେ ତାଙ୍କ ନାମରେ ଏବଂ ତାଙ୍କ ଭଣଜା ନିରବ୍‌ ମୋଦିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ନିରବ ମୋଦି, ତାଙ୍କ ମାମୁ ମେହୁଲ ଚୋକସି ସହ ଅନ୍ୟମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ତଞ୍ଚକତା କରି ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଉଭୟ ସିବିଆଇ ଏବଂ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି ।



from Odisha Reporter http://bit.ly/2SfnRfa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages