
ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ଦିନକୁ ଦିନ ପ୍ରତିହିଂସା ପରାୟଣ ହୋଇପଡ଼ୁଛନ୍ତି କେତେକ ଛାତ୍ର ଗୋଷ୍ଠୀ। ଶିକ୍ଷା ରୂପକ ମନ୍ଦିରରେ ପାଠ ପଢ଼ିବା ପରିବର୍ତ୍ତେ ସେମାନେ ହିଂସାତ୍ମକ ପ୍ରବୃତ୍ତିକୁ ଆପଣାଉଛନ୍ତି। ଯାହାଫଳରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି। ଆଜି ଏମିତି ଘଟଣା ନୟାଗଡ଼ରେ ଘଟିଛି।
ନୟାଗଡ଼ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆଜି ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ର ପ୍ରକାଶ ବେହେରାଙ୍କୁ ତ୍ରିନାଥ ଛକରେ ଛୁରାମାଡ଼ କରିଥିଲେ। ତେବେ ସାଥୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଛୁରାମାଡ଼ କରିଥିବା ଛାତ୍ର ଫେରାର ହୋଇଯାଇଛି।
ନୟାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ। ପୂର୍ବ ଶତ୍ରୁତାକୁ ନେଇ ପାଟିତୁଣ୍ଡ ଓ ପରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହେଉଛି।
from Odisha Reporter http://bit.ly/2AhDQCn
No comments:
Post a Comment