ନାଇଜେରୀୟ ଯୁବକ ଗାଇଲେ ଶାହରୁଖ୍‌ଙ୍କ ଗୀତ, ଭିଡିଓ ହେଲା ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ନାଇଜେରୀୟ ଯୁବକ ଗାଇଲେ ଶାହରୁଖ୍‌ଙ୍କ ଗୀତ, ଭିଡିଓ ହେଲା ଭାଇରାଲ୍

ମୁମ୍ୱାଇ: ବଲିଉଡ୍‌ ଷ୍ଟାର୍‌ ଶାହରୁଖ୍ ଖାନ୍‌ଙ୍କ ଫ୍ୟାନ୍ ଫଲୋଇଂ କେବଳ ଭାରତରେ ନୁହେଁ, ସାରା ଦୁନିଆରେ ରହିଛି। ତାଙ୍କର ଡାଏଲଗ୍‌ ସହିତ ତାଙ୍କ ଅଭିନୀତ ଅନେକ ଫିଲ୍ମର ଗୀତ ମଧ୍ୟ ସାରା ବିଶ୍ୱରେ ପପୁଲାର୍ ହୋଇ ରହିଛି।

ଶାହରୁଖଙ୍କ ଫିଲ୍ମର ଗୀତ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନ ହସି ରହିପାରିବେ ନାହିଁ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଗୀତକୁ କୌଣସି ଭାରତୀୟ ନୁହେଁ, ବରଂ ଏହାକୁ ଗାଉଛନ୍ତି ଜଣେ ନାଇଜେରିୟ ଯୁବକ। ଶାହରୁଖ୍‌ଙ୍କ ଗୀତ କଲ୍‌ ହୋ ନା ହୋ ବହୁତ ପପୁଲାର୍‌। ଯାହାକୁ ନାଇଜେରିଆର ଦୁଇ ତିନିଜଣ ଗାଉଥିବାର ସୋଶାଲ ମିଡିଆରେ ଦେଖିବାକୁ ମିଳିଛି।

ଏହି ଗୀତଟିକୁ ସୋନୁ ନିଗମ୍ ଗାଇଥିଲେ। ସୋନୁ ନିଗମ୍‌ ଗାଇଥିବା ଏହି ଗୀତଟିକୁ ନାଇଜେରିୟ ଯୁବକ ଗାଉଥିବାର ଦେଖି ସୋଶାଲ ମିଡିଆରେ ଏହାକୁ କିଛି ୟୁଜର୍ସ ପ୍ରଶଂସା କରିବା ସହିତ ଅନ୍ୟ କିଛି ୟୁଜର୍‌ ମଜାଳିଆ କମେଣ୍ଟ୍ କରିଛନ୍ତି।

୧ ମିନିଟ୍‌ର ଏହି ଭିଡିଓଟିକୁ ନାଇଜେରିଆନ୍ ଯୁବକ ଅଲି ଗୁଲ୍ ଖାନ୍ ସୋଶାଲ ମିଡିଆରେ ସେୟାର୍‌ କରିଛନ୍ତି। ଯାହାକୁ ୭୫ହଜାରରୁ ଅଧିକ ଲୋକ ଦେଖିଛନ୍ତି।

କିଛି ୟୁଜର୍‌ ଏହି ନାଇଜେରିୟ ଯୁବକଙ୍କ ସ୍ୱରକୁ ପ୍ରଶଂସା କରି ତାଙ୍କୁ ଇଣ୍ଡିଆନ୍ ରିଏଲିଟି ଶୋରେ ଭାଗ ନେବା ପାଇଁ କମେଣ୍ଟ୍‌ରେ ଲେଖିଛନ୍ତି। ଆଉ ଜଣେ ୟୁଜର୍ ଲେଖିଛନ୍ତି, “ଏହି ଯୁବକର ସ୍ୱର ସୋନୁ ନିଗମ୍‌ଙ୍କ ସହିତ ମେଳ ଖାଉଛି।”



from Odisha Reporter http://bit.ly/2PYsati

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages