ଖୋର୍ଦ୍ଧାରେ ଏଲପିଜି ବଟଲିଂ ପ୍ଲାଣ୍ଟ ପାଇଁ ଶୀଘ୍ର ଜମି ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଖୋର୍ଦ୍ଧାରେ ଏଲପିଜି ବଟଲିଂ ପ୍ଲାଣ୍ଟ ପାଇଁ ଶୀଘ୍ର ଜମି ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଠାରେ ୧୫୦ କୋଟି ଟଙ୍କା ପୁଞ୍ଜି ନିବେଶରେ ଇଣ୍ଡିଆନ ଅଏଲର ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ପ୍ରକଳ୍ପକୁ ଅସହଯୋଗ ବଦଳରେ ସହଯୋଗର ହାତ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୋର୍ଦ୍ଧାର ସାମନ୍ତପୁର ଗ୍ରାମ ଠାରେ ଏହି ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୩୨ ଏକର ଜମି ଯୋଗାଇ ଦେବାକୁ ସହମତ ହେବା ସହ ଏ ବାବଦରେ ୨୮.୮ କୋଟି ଟଙ୍କା ମନ୍ଦିର ପ୍ରଶାସନକୁ ୨୦୧୭ ମସିହା ମାର୍ଚ୍ଚ ୩୦ରୁ ଜମା ସରିଛିା ରାଜ୍ୟ ସରକାରଙ୍କର ସିଙ୍ଗଲ ବିଣ୍ଡୋ କ୍ଲିୟରାନ୍ସ କମିଟି ୫ ନଭେମ୍ବର, ୨୦୧୮ରୁ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇ ସାରିଛି। ଇତି ମଧ୍ୟରେ ଭାରତୀୟ ତୈଳ ନିଗମ ଆବଶ୍ୟକ ପରିବେଶ ଅନୁମତି ୫ ନଭେମ୍ବର,୨୦୧୮ରୁ ପାଇ ସାରିଛନ୍ତି। ମାତ୍ର ଏ ସବୁ ସତ୍ତ୍ୱେ ଜମି ହସ୍ତାନ୍ତର କରିବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ଲାଗୁ କରିଛନ୍ତି। ମାତ୍ର ଦୁଃଖର କଥା ଖୋର୍ଦ୍ଧାର ଏହି ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କ୍ଷେତ୍ରରେ ଏହି ବ୍ୟବସ୍ଥା କାମ କରୁନାହିଁ। ଏଥି ପାଇଁ ୧୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଦୀର୍ଘ ୧୯ ମାସ ହେଲା ଜମି ବାବଦରେ ପୂରା ଅର୍ଥ ପୈଠ ପରେ ବି କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଏହି ପ୍ରକଳ୍ପ ପାଇଁ ସମସ୍ତ ଟେଣ୍ଡର କାର୍ଯ୍ୟ ସରିଛି। ଜମି ହସ୍ତାନ୍ତରଣ ହେବା ମାତ୍ରେ ହିଁ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ ଲେଖିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜମି ହସ୍ତାନ୍ତରରେ ବିଳମ୍ବ ନେଇ ଭାରତୀୟ ତୈଳ ନିଗମର ଓଡିଶା ମୁଖ୍ୟଙ୍କ ତରଫରୁ ରାଜ୍ୟ ସରକାରଙ୍କର ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବିଭିନ୍ନ ସମୟରେ ଚିଠି କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ହୋଇଥିବା ସେଲ ଡିଡକୁ ଅନୁମୋଦନ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ବାଦ ମୁଖ୍ୟ ଶାସନ ସଚିବଙ୍କୁ ପୁଣି ପତ୍ର ଲେଖି ଏହି ମାମଲାରେ ହସ୍ତକ୍ଷେପ କରି କାମକୁ ଆଗେଇ ନେବା ପାଇଁ ଅନୁରୋଧ କରିଛନ୍ତି। ଏହା ସତ୍ତ୍ୱେ ବି କାମର ଅଗ୍ରଗତି ହେଉ ନ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି କାମକୁ ଆଗେଇ ନେଲେ ସ୍ଥାନୀୟ ଲୋକ ମାନେ ଲାଭବାନ ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ୨୦୧୪ ମସିହା ସୁଦ୍ଧା ରାଜ୍ୟରେ ୧୯ ଲକ୍ଷ ଏଲପିଜି ଗ୍ରାହକ ଥିବା ବେଳେ ଏହା ମୋଟ ଜନସଂଖ୍ୟାର ମାତ୍ର ୨୨ ଭାଗ ପରିବାରରେ ପହଞ୍ଚିଥିଲା। ମାତ୍ର ଆଜି ଦିନରେ ରାଜ୍ୟରେ ଏଲପିଜି ଗ୍ରାହକ ସଂଖ୍ୟା ୭୨.୫ ଲକ୍ଷରେ ପହଞ୍ଚିଛି ଯାହା ମୋଟ ପରିବାରର ୬୯ ପ୍ରତିଶତ। ତୈଳ ବିପଣନ କମ୍ପାନୀମାନଙ୍କର ରାଜ୍ୟରେ ଆଜି ଦିନରେ ଚାରିଟି ବଟଲିଂ ପ୍ଲାଣ୍ଟ ରହିଛି। ଏହି ପ୍ଲାଣ୍ଟଗୁଡ଼ିକରୁ ଅଧିକଏଲପିଜି ସିଲିଣ୍ଡର ବାହାର କରିବା ପାଇଁ ୧୦୦ କୋଟିର ପୁଞ୍ଜି ନିବେଶ କରିଛନ୍ତି। ପୂର୍ବରୁ ରାଜ୍ୟରେ ବାର୍ଷିକ ଦେଢ଼ କୋଟି ସିଲିଣ୍ଡର ପ୍ରସ୍ତୁତ ହେଉଥିବା ବେଳେ ୨୦୧୮ ମସିହା ସୁଦ୍ଧା ଏହି ସଂଖ୍ୟା ୩ କୋଟିରେ ପହଞ୍ଚିଛି। ଏହା ସହିତ ତୈଳ ବିପଣନ କମ୍ପାନୀମାନେ ରାଜ୍ୟର ବଲାଙ୍ଗୀର, ରାୟଗଡ଼ା ଓ ଖୋର୍ଦ୍ଧାଠାରେ ୪୦୩ କୋଟି ଟଙ୍କା ପୁଞ୍ଜି ନିବେଶରେ ୩ଟି ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା କରୁଛନ୍ତି।

ପାରାଦୀପଠାରେ ୬୯୦ କୋଟି ଟଙ୍କା ବ୍ୟୟରେ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ପ୍ରତିଷ୍ଠା କରାଯାଇଛି। ଏହା ସହ ଭାରତୀୟ ତୈଳ ନିଗମ ୩୬୫ କୋଟି ଟଙ୍କା ବ୍ୟୟରେ ପୂର୍ବ ଭାରତର ସର୍ବ ପ୍ରଥମ ବାଲେଶ୍ୱର ବଟଲିଂ ପ୍ଲାଣ୍ଟକୁ ପାଇପ ଯୋଗେ ବଲ୍କ ଏଲପିଜି ଯୋଗାଣର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ସାରିଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଖୋର୍ଦ୍ଧାରେ ବଟଲିଂ ପ୍ଲାଂଟ ସ୍ଥାନୀୟ ଜନସାଧାରଣ ତଥା ସ୍ଥାନୀୟ ଅର୍ଥନୀତିକୁ ବଡ଼ ସାହାଯ୍ୟ ଦେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଜମି ହସ୍ତାନ୍ତରଣକୁ ସମ୍ପୂର୍ଣ୍ଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।



from Odisha Reporter http://bit.ly/2Spv4sX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages