ନନ୍ଦନକାନନରେ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ର ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ନନ୍ଦନକାନନରେ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ। ଏହି ଅବସରରେ ନନ୍ଦନକାନନରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଆଜି ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଗ୍ୱାଲିଅରରୁ ଆସିଥିବା ୧୨ଟି ଶାଗୁଣାକୁ ନେଇ ଏହି କେନ୍ଦ୍ରର ଶୁଭାରମ୍ଭ ହୋଇଅଛି। ପ୍ରାଣୀ ଉଦ୍ୟାନରେ ଆଜି ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଚିଫ୍‌ ୱାଇଲ୍‌ଡ଼ ଲାଇଫ୍‌ ୱାର୍ଡେନ ସନ୍ଦୀପ ତ୍ରିପାଠୀ କହିଛନ୍ତି-“ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ହେବ। ନନ୍ଦନକାନନର ପରିସୀମା ୪୩୭ ଏକରରୁ ୧ ହଜାର ଏକରକୁ ବଢ଼ିବ। ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବଦଳିବ। ମଲ୍ଟି ଲେୟର ପାର୍କିଂ ବ୍ୟବସ୍ଥା ହେବ। ନନ୍ଦନକାନନରୁ ବାରଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ କରାଯିବ।”



from Odisha Reporter http://bit.ly/2AkzF91

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages